ପରଦା: ଧୁମ୍-୪ରେ ନଜର ଆସିବେ ଅକ୍ଷୟ କୁମାର!

ବଲିଉଡ୍‌ର ଖିଲାଡି ଅକ୍ଷୟ କୁମାରଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ‘ଲକ୍ଷ୍ମୀବମ୍’, ‘ପୃଥ୍ବୀରାଜ୍’ ଓ ‘ବଚ୍ଚନ ପାଣ୍ଡେ’ ଭଳି ଫିଲ୍ମ ପରେ ଏବେ ‘ଧୁମ୍-୪’ରେ ନଜର ଆସି ପାରନ୍ତି ଅକ୍ଷୟ। ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି, ଫିଲ୍ମ ଟ୍ରେଡ୍ ବିଶ୍ଲେଷକ ଅତୁଲ ମୋହନ। ‘ଧୁମ୍-୪’ ପାଇଁ ଅକ୍ଷୟ କୁମାରଙ୍କୁ ସୁନିଶ୍ଚିତ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ବୋଲି ସେ କହିଛନ୍ତି। କିନ୍ତୁ ଆଧିକାରିକ ସୂତ୍ରରୁ ବର୍ତ୍ତମାନ ସୁଦ୍ଧା ଏ ସଂପର୍କରେ କିଛି ଘୋଷଣା କରାଯାଇନାହିଁ। ସାମାଜିକ ଗଣମାଧ୍ୟମରେ ଏହି ଫିଲ୍ମ ପାଇଁ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି। ତେବେ ଅକ୍ଷୟଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀ ଚଳିତ ବର୍ଷ ୨୭ ମାର୍ଚ୍ଚରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ କ୍ୟାଟ୍ରିନା କୈଫ ଅଭିନୟ କରୁଛନ୍ତି। ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ଧର୍ମା ପ୍ରଡକସନ୍‌ରେ ନିର୍ମାଣ ହୋଉଛି। ଏହାବ୍ୟତୀତ ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍’ ଚଳିତବର୍ଷ ଇଦ୍ ଅବସରରେ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର