ଚନ୍ଦ୍ରଶେଖରପୁର: ରାଜଧାନୀ ଉପକଣ୍ଠ ଉତ୍ତର ଭୁବନେଶ୍ୱର ପଥରଗାଡ଼ିଆ ଓ ଢ଼ାଓ୍ଵା ଗ୍ରାମରେ ଆଜି ଅକ୍ଷୟ ତୃତୀୟା ଓ ଅକ୍ଷିମୁଠି ଅନୁକୂଳ ଉତ୍ସବ ପାଳିତ ହୋଇଯାଇଛି। ଦାରୁଠେଙ୍ଗ ପଞ୍ଚାୟତ ପଥର ଗାଡ଼ିଆ ଅଞ୍ଚଳରେ ଗ୍ରାମବାସୀଙ୍କ ଦ୍ୱାରା ଅନୁଷ୍ଠିତ ଏହି ଉତ୍ସବରେ କିଟ୍ ଓ କିସ୍’ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗ୍ରାମର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରି ସ୍ଥାନୀୟ ଲୋକଙ୍କୁ କୃଷିକାର୍ଯ୍ୟ ପ୍ରତି ଉତ୍ସାହିତ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ଶ୍ରୀ ସାମନ୍ତ ପଥରଗାଡ଼ିଆବାସୀଙ୍କ ସହ ବସି ଅଞ୍ଚଳର ସୁବିଧା ଅସବିଧା ବିଷୟରେ ପଚାରି ବୁଝିଥିଲେ। ପରେ କିଟ୍ ଓ କିସ୍’ର ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ସାହୁ ଅକ୍ଷିମୁଠି ଅନୁକୂଳ କରି ହଳ ଚଲାଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଜଗନ୍ନାଥ ବେହେରା, କୃଷ୍ଣଚନ୍ଦ୍ର ବେହେରା, ସରୋଜ ବେହେରା, ମହେନ୍ଦ୍ର ବେହେରା ଓ କାଳୁ ସାହୁ ଅକ୍ଷୟ ତୃତୀୟା ଉତ୍ସବକୁ ପରିଚାଳନା କରିଥିଲେ। ସେହିଭଳି କଲ୍ୟାଣପୁର ପଞ୍ଚାୟତର ଢାଓ୍ଵା ଗ୍ରାମରେ ଅକ୍ଷୟ ତୃତୀୟା ଉତ୍ସବ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ବିଜେଡି ଖୋର୍ଧା ଜିଲ୍ଲା ଉପ ସଭାପତି ସୁବାସ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଟିପୂଜା କରି ପ୍ରଥମ ଅକ୍ଷିମୁଠି ପକାଇଥିଲେ। ଏହି କାର୍ଯ୍ୟକ୍ରମରେ ବସନ୍ତ କୁମାର ସାସମଲ, ଲକ୍ଷ୍ମଣ ରାଉତ, ନିର୍ମଳ ରାଉତ, ସନ୍ତୋଷ ନାଥ ଓ ଅରୁଣ ସେନାପତି ଅତିଥିଭାବେ ଯୋଗଦେଇ କାର୍ଯ୍ୟ ପରିଚାଳନା କରିଥିଲେ। ଅତିଥିମାନେ ଅକ୍ଷିମୁଠି ବିଲରେ ପକାଇବାପରେ ଲଙ୍ଗଳ ଚଳାଇଥିଲେ। ପରେ କୃଷକମାନେ କାର୍ଯ୍ୟକୁ ଆଗକୁ ବଢ଼ାଇଥିଲେ। ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ସେଠାରେ ବହୁ ଲୋକଙ୍କ ଭିଡ଼ ଜମିଥିଲା।
ରାଜଧାନୀ ଉପକଣ୍ଠରେ ଅକ୍ଷୟ ତୃତୀୟା
/sambad/media/post_attachments/wp-content/uploads/2018/04/madhu-Art-Of-Giving-37.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)