ଭୁବନେଶ୍ବର : ସ୍ମୃତି ତୁମେ ଶ୍ରାବଣ ରାତି, ଅନେକ ଚଇତି ଛୁଆଁ. . . ସ୍ମୃତି ତୁମେ ପାଉଁଶ ତଳର ନିଆଁ, କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ . . . ପୂଣ୍ୟର ନଦୀ ତୀରେ . . . ଲାଲ୍ ଟୁକୁ ଟୁକୁ ଓଠେ . . .ପରି ଅକ୍ଷୟ ମହାନ୍ତିଙ୍କ ଅନେକ ମନଛୁଆଁ ସଙ୍ଗୀତରେ ଭିଜୁଥିଲେ ଶ୍ରୋତା। ଫେରି ଯାଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ସେହି ସୁବର୍ଣ୍ଣ ଅଧ୍ୟାୟକୁ। ଅକ୍ଷୟ ମହାନ୍ତିଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଅପାସୋରା ଗୀତ ଶ୍ରୋତାଙ୍କୁ ଦୀର୍ଘ ସମୟ ଜୟଦେବ ଭବନ ପ୍ରେକ୍ଷାଳୟରେ ବସିବାକୁ ଯେପରି ବାଧ୍ୟ କରୁଥିଲା। ଅବସର ଥିଲା ସଂଭାବନା ପକ୍ଷରୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ଅକ୍ଷୟ ମହାନ୍ତି: ଅପସୋରା ଗୀତି’। ଅକ୍ଷୟଙ୍କ ଗୀତଗୁଡ଼ିକୁ ଗାଇଥିଲେ ଛନ୍ଦା ମିଶ୍ର, ଶୁଭେନ୍ଦୁ କୁମାର ନାୟକ, ଲିପ୍ସା ମିଶ୍ର, ସିଦ୍ଧାନ୍ତ ଶତପଥୀ, ସତ୍ୟ ସାର୍ଥକ ମହାପାତ୍ର, ଅର୍ଣ୍ଣବ ପଣ୍ଡା, ଆହ୍ବାନ ନାୟକ, ଅଞ୍ଜଳି ଦୀପା ଶତପଥୀ ଓ ଶାଶ୍ବତୀ ମିଶ୍ର ପ୍ରମୁଖ। କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ପରଲୋକଗତ ସିନେ ପ୍ରଯୋଜକ ଓ ନିର୍ଦ୍ଦେଶକ ଅମିୟ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ତାଙ୍କ ସ୍ମୃତିଚାରଣ କରିଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂପାଦକ ଦେବ ପରିଜା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ଓ ଟ୍ରଷ୍ଟି ସ୍ମୃତି ମହାନ୍ତି ସଭା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ଅନସୂୟା ସାହୁ, ତନୁଶ୍ରୀ ମହାନ୍ତି ଓ ପାର୍ବତୀ ମହାନ୍ତି ପ୍ରମୁଖ ଚାରିଜଣ ଓଡ଼ିଆଣୀ ତଅପୋଇ ଚଳଚ୍ଚିତ୍ରର ସଙ୍ଗୀତ ଆ’ ବଉଳ ବୋହୂ ବୋହୂକା ଗୀତ ଗାଇଥିଲେ। ଏହି ଅବସରରେ ଅଗଷ୍ଟ ମାସରେ ପାଳିତ ହୋଇଥିବା ଭାରତଛାଡ଼ ୭୫କୁ ନେଇ ସଂଭାବନାର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା।
ସଂଭାବନା ପକ୍ଷରୁ ‘ଅକ୍ଷୟ ମହାନ୍ତି: ଅପାସୋରା ଗୀତି’
ଅକ୍ଷୟଙ୍କ ଗୀତରେ ଭିଜିଲେ ଶ୍ରୋତା
/sambad/media/post_attachments/wp-content/uploads/2018/10/song.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)