ସୋସିଆଲ୍ ମିଡିଆରେ ଅକ୍ଷୟ କୁମାର ଓ ଟ୍ବିଙ୍କିଲ ଖାନ୍ନା ନିଜର ମଜାଳିଆ ଓ ନଟ୍ଖଟୀ ସ୍ବଭାବ ପାଇଁ ବେଶ୍ ଜଣାଶୁଣା। ମାତ୍ର ଆଜି ଦୁଇଜଣ ନିଜର ୧୯ତମ ବିବାହବାର୍ଷିକୀ ମନାଉଥିବା ବେଳେ ସୋସିଆଲ୍ ମିଡିଆରେ ଅକ୍ଷୟ କୁମାର, ଟ୍ବିଙ୍କିଲ୍ଙ୍କୁ ଏକ ଭୟଙ୍କର ଫଟୋ ସହ ଶୁଭେଚ୍ଛା ଜଣାଇଛନ୍ତି। ‘୨.୦’ରେ ଅଭିନୟ କରୁଥିବା ଅକ୍ଷୟ କୁମାର ନିଜର ସେଇ ଭୟଙ୍କର ତଥା ଏକ ରାକ୍ଷସ ସଦୃଶ ଚରିତ୍ର ସହ ଟ୍ବିଙ୍କିଲ୍ଙ୍କୁ ଡରାଉଥିବା ଦେଖିବାକୁ ମିଳିଛି। ୨.୦ରେ ଅକ୍ଷୟ ପକ୍ଷୀରାଜନ ଚରିତ୍ରରେ ଅଭିନୟ କରିଛନ୍ତି। ଅକ୍ଷୟ ଲେଖିଛନ୍ତି ଯେ ବୈବାହିକ ଜୀବନ କେମିତି ଦେଖାଯାଏ, ଆପଣମାନେ ଏହି ଫଟୋରେ ଦେଖିପାରିବେ। କିଛି ଦିନ ପ୍ରେମରେ ବିତୁଥିବା ବେଳେ ଆଉ କିଛି ଦିନର ଚିତ୍ର ଆପଣ ଏହି ଫଟୋରୁ ଜାଣିପାରୁଥିବେ। ଟିନା ତୁମକୁ ବିବାହବାର୍ଷିକୀର ଶୁଭେଚ୍ଛା ଜଣାଉଛି। ପକ୍ଷୀରାଜନ୍ ତରଫରୁ ତୁମକୁ ବହୁତ ବହୁତ ଭଲ ପାଇବା। ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୁଡ୍ ନିଉଜ୍’ ମୁକ୍ତିଲାଭ କରିଥିବା ବେଳେ ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। ବକ୍ସ ଅଫିସ୍ରେ ବି ଏହି ଚଳଚ୍ଚିତ୍ର ହିଟ୍ ସାବ୍ୟସ୍ତ ହୋଇଛି। ଏଥିରେ ଅକ୍ଷୟଙ୍କ ସମେତ କରୀନା କପୁର, କିୟାରା ଆଡ୍ଭାନୀ, ଦିଲ୍ଜିତ ପ୍ରମୁଖ ଅଭିନୟ କରିଛନ୍ତି।
ଅକ୍ଷୟଙ୍କ ନିଆରା ବିବାହ ବାର୍ଷିକୀ ଶୁଭେଚ୍ଛା
/sambad/media/post_attachments/wp-content/uploads/2020/01/akshay-kumar-1579251243.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)