ବାଲିଅନ୍ତା : ଖୋର୍ଧା ଜିଲ୍ଲା ଅବକାରୀ ମୋବାଇଲ ଟିମ୍ ଆଜି ଦୁଇଜଣ ଚୋରାମଦ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ, ଭୁବନେଶ୍ବର ସାଲିଆ ସାହିରେ ରହୁଥିବା ରଥ ଟୁଡୁ(୩୬) ଓ ପାଣ୍ଡବ ହେମ୍ବ୍ରମ୍(୫୦)। ସେମାନଙ୍କଠାରୁ ଦୁଇଟି ଚୋରା ବାଇକ୍ (ଓଡି-୦୨ଏପି-୪୨୪୦)ଓ (ଓଡି-୦୫ଏନ୍-୮୯୭୪) ସହ ୮୦ ଲିଟର ଦେଶୀମଦ ଜବତ ହୋଇଛି। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀଙ୍କ ସୂଚନାନୁଯାୟୀ, ଦୁହେଁ ସାଲିଆ ସାହିରୁ ଦେଶୀମଦ ନେଇ ବାଳକାଟି, ବାଲିପାଟଣା, ବନମାଳିପୁର ଓ ଅଭୟମୁଖୀ ଅଞ୍ଚଳରେ ବିକ୍ରି କରନ୍ତି। ସବୁ ଦିନ ଭଳି ଆଜି ସକାଳେ ସେମାନେ ବାଇକ୍ରେ ମଦ ନେଇ ବାଳକାଟି ରାସ୍ତା ଦେଇ ବାଲିପାଟଣା ଅଭିମୁଖେ ଯାଉଥିବା ବେଳେ ବାଳକାଟିରେ ଅବକାରୀ ଟିମ୍ ହାତରେ ଧରା ପଡ଼ି ଯାଇଥିଲେ। ଅବକାରୀ ଇନ୍ସପେଟର ପ୍ରଭାତ ସେଠୀ, ସବ୍ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସେଠୀ, ଏଏସଆଇ ସୁବାସ ଚନ୍ଦ୍ର ମହାପାତ୍ର ଓ ସୁଜିତ ମୁଦୁଲି ପ୍ରମୁଖ ଉଭୟଙ୍କୁ କାବୁ କରିଥିଲେ।
ଚୋରା ବାଇକ୍ ଓ ମଦ ଜବତ, ୨ ଗିରଫ
/sambad/media/post_attachments/wp-content/uploads/2019/06/areested.jpg)