ଆଲିଶା ଫାଉଣ୍ଡେସନ୍‌ର ଜାତୀୟ ପିତାମାତା ଦିବସ

ଭୁବନେଶ୍ବର: ଆଲିଶା ଫାଉଣ୍ଡେସନ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚ କେଳୁଚରଣ ସମ୍ମିଳନୀ କକ୍ଷରେ ୮ମ ଜାତୀୟ ପିତାମାତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ହାଇଟେକ୍‌ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ମୁଖ୍ୟବକ୍ତା ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଦଧିଚି ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଟର ମନୋଜ ଦାସ, ଅଶ୍ୱିନୀ ହସ୍‌ପିଟାଲର ପ୍ରତିଷ୍ଠାତା ଜୟଜିତ ଦାସ, ଫିଲ୍ମ ସେନସର ବୋର୍ଡର ପୂର୍ବତନ ମୁଖ୍ୟ ଗୋପାଳ କୃଷ୍ଣ ମହାପାତ୍ର, ପ୍ରାର୍ଥନା ଚ୍ୟାନେଲର ପ୍ରଯୋଜକ ଅଭିନନ୍ଦନ ଦାସ ଯୋଗ ଦେଇଥିଲେ। ଏତତ୍ ବ୍ୟତୀତ ଅଭିନେତା ପପୁ ପମ୍‌ପମ୍‌, ଶୁଭାଶିଷ୍ ଶର୍ମା, ଅଭିନେତ୍ରୀ ପୁନମ୍ ମିଶ୍ର, ଗୀତିକାର କୃଷ୍ଣପ୍ରିୟା ମିଶ୍ର, ଜୟଶ୍ରୀ ଧଳ, ଶିବରଞ୍ଜନ ମହାପାତ୍ର ଏବଂ ଅଲ୍ ମଞ୍ଚର ପ୍ରତିଷ୍ଠାତା ଅଂଶୁମାନ ପଟ୍ଟନାୟକ ପ୍ରମୁଖ ସ୍ୱତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ।

ସନ୍ଧ୍ୟାରେ ପିତାମାତାଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ତଥା ନିର୍ଦ୍ଦେଶିକା ଅନ୍ନଦାପ୍ରଭା ରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ, ସଂପାଦକ ସୁଜିତ ପଟ୍ଟନାୟକ ଏବଂ ଉପଦେଷ୍ଟା ମାନବେନ୍ଦ୍ର ମିଶ୍ର ବିବରଣୀ ପାଠ କରିଥିଲେ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୪୦ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ବିବାହ କରିଥିବା ଦମ୍ପତିଙ୍କୁ ଏକାଠି କରାଇ ଏକ ନିଆରା ଢଙ୍ଗରେ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରାଯାଇଥିଲା। ଅନୁଷ୍ଠାନର ସଦସ୍ୟ ପ୍ରଶାନ୍ତ ମହାପାତ୍ର, ଲକ୍ଷ୍ମୀକାନ୍ତ ଦାସ, ଜ୍ୟୋତ୍ସ୍ନା ନାୟକ, ମିତାଲି ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ଓ ସଭାପତି ରାଧେଶ୍ୟାମ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର