ଭୁବନେଶ୍ବର: ୨୦୧୮ରେ ବିଦ୍ୟୁତ୍ ଆଇନକୁ ପରିବର୍ତ୍ତନ ନିମନ୍ତେ କେନ୍ଦ୍ର ସରକାର ଯେଉଁ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି, ତାହା ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଅସୁବିଧାରେ ପକାଇବା ସହ କାର୍ଯ୍ୟରତ ଇଂଜିନିୟରମାନେ ମଧ୍ୟ କର୍ମକ୍ଷେତ୍ରରେ ବହୁ ଅସୁବିଧା ଭୋଗିବେ। ତେଣୁ କେନ୍ଦ୍ର ସରକାରଙ୍କ ଏହି ମନମୁଖୀ ନିଷ୍ପତ୍ତି ବିରୋଧରେ ଆସନ୍ତା ଜାନୁଆରିରେ ବିଦ୍ୟୁତ୍ କର୍ମଚାରୀ, ଇଂଜିନିୟରମାନଙ୍କ ପ୍ରତୀକ ଧର୍ମଘଟ ଡାକରା ଦିଆଯାଇଛି। ବାଙ୍ଗାଲୋରରେ ଅଖିଳ ଭାରତୀୟ ବିଦ୍ୟୁତ୍ କର୍ମଚାରୀ ମହାସଂଘର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇ ଜାନୁଆରି ୮ ଓ ୯ ତାରିଖରେ ଧର୍ମଘଟ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଓଡ଼ିଶାର ୫ ଜଣିଆ ପ୍ରତିନିଧି ଇଂ ବଳରାମ ପ୍ରସାଦ ବସୁମଲ୍ଲିକ, ଯତୀନ୍ଦ୍ର କୁମାର ରାୟ ପ୍ରମୁଖ ଯୋଗ ଦେଇ ଧର୍ମଘଟ ସମ୍ପର୍କରେ ଅବଗତ କରିଛନ୍ତି। ଏଥିସହ ଓଡ଼ିଶାର ବିଦ୍ୟୁତ୍ କର୍ମଚାରୀ, ଇଂଜିନିୟରମାନଙ୍କୁ ଏଥିରେ ସାମିଲ୍ ହେବା ପାଇଁ ନିବେଦନ କରିଛନ୍ତି।
ଦେଶବ୍ୟାପୀ ଧର୍ମଘଟ କରିବେ ବିଦ୍ୟୁତ କର୍ମଚାରୀ, ଇଂଜିନିୟର୍
/sambad/media/post_attachments/wp-content/uploads/2018/09/sta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)