ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହ ଅଲ୍ ଇଣ୍ଡିଆ ଡିଏସ୍ଓ, ଭୁବନେଶ୍ୱର ସିଟି କମିଟି ପକ୍ଷରୁ ୟୁନିଟ-୬ ସରକାରୀ ବାଳକ ଉଚ୍ଚବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ପକ୍ଷରୁ ରସୁଲଗଡ଼ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱରସ୍ତରୀୟ ବକ୍ତତା, ଦେଶାତ୍ମବୋଧ ସଙ୍ଗୀତ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ପ୍ରତିଯୋଗିତା ଜାନୁଆରି ୧୪ତାରିଖରେ କରାଯାଇଥିଲା। ଆଜି ସଂଙ୍ଗଠନର ସିଟି କମିଟିର ସଭାପତି ନସିମ ସରକାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଅଧ୍ୟାପକ ଜ୍ୟୋତି ପ୍ରକାଶ ମହାପାତ୍ର ମୁଖ୍ୟ ଅତିଥି ଓ ଡିଏସ୍ଓର ରାଜ୍ୟ ସଂପାଦକ ସୁବାସ ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନେତାଜୀଙ୍କ ଚରିତ୍ରର ବିଭିନ୍ନ ଦିଗ ସଂର୍ପକରେ ଆଲୋଚନା କରିଥିଲେ। ସଂପାଦିକା ସ୍ୱସ୍ତି ସଙ୍ଗୀତା ଦଳାଇ ପ୍ରାରମ୍ଭକି ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସପ୍ତର୍ଶିନୀ ରାଉଳ, ସନ୍ତୋଷ ସେଠୀ, ସୌଭାଗ୍ୟ ରଞ୍ଜନ ଜେନା, ଗୀତାଞ୍ଜଳି ଦାସ, ଗାୟତ୍ରୀ ସାହୁ, ପଲ୍ଲୀ ମଲ୍ଲିକ, ସାର୍ଥକ କର, ବରୁଣ ପଣ୍ଡା, ବବୁଲ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅଲ୍ ଇଣ୍ଡିଆ ଡିଏସ୍ଓ ପକ୍ଷରୁ ନେତାଜୀ ଜୟନ୍ତୀ
/sambad/media/post_attachments/wp-content/uploads/2018/01/download-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)