ଭୁବନେଶ୍ୱର : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସୋମବାର ଦିନ ସ୍ଥାନୀୟ ଇନ୍ଷ୍ଟିଟ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସଠାରେ ସର୍ବଭାରତୀୟ ମଦମୁକ୍ତ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ଭାରତର ୨୨ଟି ରାଜ୍ୟରୁ ପ୍ରତିନିଧି ଯୋଗ ଦେଇଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଦମୁକ୍ତି ପାଇଁ କାର୍ଯ୍ୟ କରୁଥିବା ସଦସ୍ୟମାନେ ଯୋଗ ଦେଇଛନ୍ତି। ସଭାପତି ପଦ୍ମଲୋଚନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୀର୍ଷକ ‘ସର୍ବ ଭାରତୀୟସ୍ତରରେ ମଦମୁକ୍ତିର ଆବଶ୍ୟକତା କାହିଁକି’ ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ଅବସର ବେହୁରିଆ, ସୁଦର୍ଶନ ନାୟକ, ଅଚାର୍ଯ୍ୟ ସନ୍ତୋଷାନନ୍ଦଜୀ, ମହାବୀର ତ୍ୟାଗୀ, ଡ. ସିରିନ ରେହମାନ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ।
ଏହି ଅବସରରେ ମଦମୁକ୍ତ ଭାରତର ଏକ ଜାତୀୟ କମିଟିର ଆୟୋଜନ କରାଯାଇଥିଲା। ଏହି କମିଟିର ସଦସ୍ୟ, ପଦ୍ମଲୋଚନ ନାୟକ ଭୁବନେଶ୍ୱର ଘୋଷଣାନାମା ସମ୍ବନ୍ଧରେ ମତପ୍ରକାଶ କରିଥିଲେ। ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ସରିତା ତ୍ୟାଗୀ, ମମତା ଶାମା, ଲିଙ୍ଗରାଜ, କ୍ରିଷ୍ଣା ମହାନ୍ତି, ଅଦ୍ୱୈତ କୁମାର ପାତ୍ର, ଜଗଦାନନ୍ଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/mona.jpg)