ଅଖିଳ ଭାରତୀୟ ଡାକ ସାଂସ୍କୃତିକ ପ୍ରତିଯୋଗିତା ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର : ଆଜି କିଟ୍‌ ପରିସରରେ ୩୨ତମ ଅଖିଳ ଭାରତୀୟ ଡାକ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଡ.ଏସ୍‌ ସି ଜମିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସମସ୍ତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା ପରିମଣ୍ଡଳ ମୁଖ୍ୟ ମହା ଡାକପାଳ ଡ. ସୁନ୍ତୋଷ କୁମାର କାମିଳା ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ଓଡ଼ିଶାର ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଡାକ ବିଭାଗ ଅବସରପ୍ରାପ୍ତ ଅଧିକାରୀ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ସଭାରେ ବ୍ରହ୍ମପୁର କ୍ଷେତ୍ର ମହାଡାକପାଳ କର୍ଣ୍ଣେଲ ଜଳେଶ୍ୱର କହଁର ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ସମ୍ବଲପୁର କ୍ଷେତ୍ର ମହାଡାକପାଳ ଲଳିତେନ୍ଦୁ ପ୍ରଧାନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରୁ ଡାକ ବିଭଗ କର୍ମଚାରୀ ଓ ତାଙ୍କ ପରିବାର ଲୋକମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। ଶେଷରେ ନିର୍ଦେଶକ ଡାକ ମୁଖ୍ୟାଳୟ ଆର୍‌ପି ଗୁପ୍ତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର