ରାଉରକେଲା: ସେକ୍ଟର-୨୦ ରାଇଜିଂ ପଡ଼ିଆରେ ଶନିବାରଠାରୁ ୭ମ ସର୍ବଭାରତୀୟ ରାଇଜିଂ ଟ୍ରଫି ଭଲିବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶା ଓ ଉତ୍ତରପ୍ରଦେଶ ମଧ୍ୟରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ ଏକତରଫା ହୋଇଥିଲା। ଓଡ଼ିଶା ଦଳ ଲାଗ୍‌ ଲାଗ୍‌ ଦୁଇ ସେଟ୍‌(୨୫-୧୭ ଓ ୧୫-୨୩)କୁ ଜିତିନେଇ ବିଜୟୀ ହୋଇଛି। ଓଡ଼ିଶା ଦଳର ଅନୀଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ଗୁଜୁରାଟ୍‌ ୨-୦ ସେଟ୍‌ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଛି। ବିଜୟୀ ଦଳର କାର୍ତ୍ତିକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମ୍ୟାଚ୍‌କୁ ସୂଜୟ ନାୟକ, ଦୁର୍ଗା ମାଧବ ନାୟକ, ସଞ୍ଜୟ ଚାନ୍ଦ, ସଞ୍ଜୀବ ମହାନ୍ତି, ଆନ୍ନା କେର୍କେଟା, ଆଦିକନ୍ଦ ପ୍ରମୁଖ ପରିଚାଳନା କରିଥିଲେ।

Advertisment

ଉଲ୍ଳେଖଯୋଗ୍ୟ, ଦୁଇଦିନ ଧରି ଚାଲିବାକୁଥିବା ଓଡ଼ିଶାର ଶ୍ରେଷ୍ଠ ଭଲିବଲ ଖେଳାଳିଙ୍କୁ ନେଇ ଗଠିତ ଓଡ଼ିଶା ଦଳ ସମେତ ମୋଟ ୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ଆର୍‌ଏସ୍‌ପି ଇଡି ସୋମନାଥ ତ୍ରିପାଠୀ, ଅତିରିକ୍ତ ଏସ୍‌ପି ରମାକାନ୍ତ ସୁନା, ଆର୍‌ଏସ୍‌ପି ସିଜିଏମ୍‌ ପି.କେ. ସ୍ବାଇଁ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ପ୍ରମୁଖ ଯୋଗଦେଇଥିଲେ। ପ୍ରତିଯୋଗିତା ଆୟୋଜନରେ ରାଇଜିଂ କ୍ଲବର ସାଂଗଠନିକ ସମ୍ପାଦକ ଶିଶିର ସାହୁ, ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ମିଶ୍ର, କମଳାକାନ୍ତ ନାୟକ, ଇନ୍ଦ୍ରଜିତ ସିଂହ, ଏସ. ନାୟକ, ସୌଭାଗ୍ୟ ମିଶ୍ର, ତୃପ୍ତି ରଞ୍ଜନ ଦାସ, ବିରେନ ପ୍ରଧାନ, ଅମର ଦାଶ, ବିନୋଦ ରାୟ, ଧରଣୀଧର ବିଶ୍ବାଳ, ମାନସ ନାୟକ, ସତ୍ୟ ପ୍ରଧାନ, ‌ଯଶୋବନ୍ତ ବେହେରା, ସଞ୍ଜୟ ଦାଶ, ଅନୀଲ ସିଂହ, ସୁଶାନ୍ତ ସାହୁ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି।