ଭୁବନେଶ୍ୱର: ଓଡ଼ିଶାର ୧ ନମ୍ବର ଏଫ୍.ଏମ୍ ‘ରେଡିଓ ଚକଲେଟ୍’ର ଅଲରାଉଣ୍ଡର ପ୍ରତିଯୋଗିତା ମଙ୍ଗଳବାର ଆରମ୍ଭ ହୋଇ ଯାଇଛି। କଲେଜ ଛାତ୍ରଛାତ୍ରୀମାନଙ୍କ ବିବିଧ ପ୍ରତିଭାର ପରିପ୍ରକାଶ ପାଇଁ ଆୟୋଜକ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି।
ଏହି ପ୍ରତିଯୋଗିତାରେ ୫୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ପ୍ରାୟ ଛଅ ଶହରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ। ଆର.ଜେ ଅନିଲ, ଆର.ଜେ କୋମଲ, ଆର.ଜେ ନିଲଙ୍କ ପରିଚାଳନାରେ ପ୍ରତିଯୋଗିତାଟି ସୁଚାରୁ ରୂପେ ଶେଷ ହୋଇଥିଲା। କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ସୁମଧୁର କଣ୍ଠ ସ୍ୱରରେ ପ୍ରତିଯୋଗିତା ଆହୁରି ମନ୍ତ୍ରମୁଗ୍ଧ ହୋଇ ପାରିଥିଲା। ପ୍ରତିଯୋଗିତାରେ ଶଶାଙ୍କ ଶେଖର, ନାରାୟଣ ନାୟକ ଏବଂ ସୌମ୍ୟାଶ୍ରୀ ଦାସ ଫାଇନାଲିଷ୍ଟ ଭାବରେ ବିବେଚିତ ହୋଇଥିଲେ। ଟେକନୋ ମୋବାଇଲସର ଇଷ୍ଟ ଜୋନ୍ ମାର୍କେଟିଂଗ ଅଫିସର ରାକେଶ କୁମାର ପାଢ଼ୀଙ୍କ ଠାରୁ ଉପହାର ଗ୍ରହଣ କରିଥିଲେ। ଏହି ଇଭେଣ୍ଟର ପ୍ରଯୋଜକ ଥିଲେ ଅମୃତ ଓ୍ଵାଟର, ଟେକନୋ ମାବାଇଲସ୍, ଓରାଇମୋ, ଏଲ.ଆଇ.ସି, ଲକ୍ଷ୍ମୀ ମୋବାଇଲସ୍, ବରା କାକରା, ରାପିଡୋ ଟ୍ୟାକ୍ସି, ଏସ୍.ବି.ଆଇ, ସଫଲ, ହ୍ଵାଟସ୍ କୁକିଙ୍ଗ୍।
ଏହି ଇଭେଣ୍ଟରେ ମେଡିଆ ପାର୍ଟନର ସମ୍ବାଦ, କନକ ନ୍ୟୁଜ, ଓଡ଼ିଶା ସନ୍ଟାଇମସ୍ ଓ ଆଉଟ୍ଡୋାର ପାର୍ଟନର ହିନ୍ଦୁସ୍ତାନ ଆର୍ଡଭାଟାଇଜିଙ୍ଗ ଏଜେନ୍ସି। ଏହା ପରେ ଯୁକ୍ତ ୨ ସାଇନସ୍ କଲେଜ, ହାଇଟେକ୍ କଲେଜ୍, ଗୀତା ଇଞ୍ଜିନିୟରିଂ କଲୋଜ, ସତ୍ୟସାଇ ମହିଳା ମହାବିଦ୍ୟାଳୟ, କଟକସ୍ଥିତ ସିଟି କଲେଜ, କିଟ କଲେଜରେ ଏହି ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତା ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/all-rounder.jpg)