ସବୁ ଟେଲିକମ୍‌ ସଂସ୍ଥା ମିଶିଲେ

ଭୁବନେଶ୍ବର : ରାଜଧାନୀରେ ମୋବାଇଲ୍‌ ନେଟୱର୍କ ଜନିତ ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ସମସ୍ତ ଟେଲିକମ୍‌ ସଂସ୍ଥା ଆଗେଇ ଆସିଛନ୍ତି। ଏବେ ଯେଉଁମାନଙ୍କର ମୋବାଇଲ୍‌ରେ ନେଟୱର୍କ ଆସୁନି ସେମାନେ ମୋବାଇଲର ସେଟିଂକୁ ଯାଇ ମାନୁଆଲ୍‌ ସର୍ଚ୍ଚ କରି ଯେ କୌଣସି କମ୍ପାନିର ନେଟୱର୍କକୁ ବାଛିଲେ ତା’ର ସେବା ପାଇପାରିବେ। କଲ୍‌ କରିବାରେ କୌଣସି ଅସୁବିଧା ରହିବନି। ସେହିପରି ସେଟିଂରେ ଡାଟା ରୋମିଂ ଅନ୍ କରିଥିଲେ ଇଣ୍ଟରନେଟ୍‌ ବି ବ୍ୟବହାର କରିପାରିବେ। ଆଜି ଏହା ପ୍ରଚାର ହେବା ପରେ ଲୋକମାନେ ମୋବାଇଲ୍‌ ସେଟିଂରେ ପରିବର୍ତ୍ତନ କରିଛନ୍ତି। ହେଲେ ବହୁ ଲୋକଙ୍କର ମୋବାଇଲ୍‌ରୁ କଲ୍‌ ଯାଇନି କି ଇଣ୍ଟରନେଟ୍ ଆସିନି। ବହୁତ କମ୍‌ ଲୋକ ଆଜିର ନୂଆ ବ୍ୟବସ୍ଥା ଦ୍ବାରା ଉପକୃତ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର