ଭୁବନେଶ୍ୱର: ୟୁନିଟ୍-୩ସ୍ଥିତ ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୨୬ତମ ବାର୍ଷକ ଉତ୍ସବ ଆଜି ଏକାମ୍ର ହାଟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ‘ଦିନଲିପି’ର ସମ୍ପାଦିକା ଅନ୍ନପୂର୍ଣ୍ଣା ଦାସ ଓ ମାଜସେବୀ ନୃସିଂହ ଚରଣ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ମୁଖପତ୍ର ‘ଦ ଲାଇଟ୍’ ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ଚାରୁବାଳା ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଅଧ୍ୟକ୍ଷ ବିକ୍ରମ କେଶରୀ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ତରଫରୁ ଚଳଚ୍ଚିତ୍ର ଅଭିନେତ୍ରୀ ଶୀତଲ୍, ବିଦ୍ୟାଳୟର ଅଧ୍ୟକ୍ଷ ବିକ୍ରମ କେଶରୀ ଦାସ ଏବଂ ଦୀର୍ଘଦିନ ଧରି କାର୍ଯ୍ୟରତ ଥିବା ଅଫିସ୍ ସହକାରୀ ମଧୁସ୍ମିତା ମହାନ୍ତିଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା। ଶେଷରେ ଶିକ୍ଷୟିତ୍ରୀ ସୋନାଲି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଆଲୋକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷକ ଉତ୍ସବ
/sambad/media/post_attachments/wp-content/uploads/2018/01/m29-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)