ଭୁବନେଶ୍ୱର : ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ ଫୋରମ୍ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଗୃହ ‘ଆମ ଘର’ରେ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁମାନଙ୍କୁ ନେଇ ଆମ ଘର ପରିସରରେ ନୃତ୍ୟ, ସଂଗୀତ ମାଧ୍ୟମରେ ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ନୂଆ ବର୍ଷକୁ ସ୍ୱାଗତ କରିଥିଲେ। ଫୋରମ୍ ପକ୍ଷରୁ ଅମୃତ କୁମାର ପୃଷ୍ଟି ଏବଂ ‘ଆମ ଘର’ର ସମସ୍ତ କର୍ମଚାରୀ ବୃନ୍ଦ ଏଥିରେ ଉପସ୍ଥତ ରହି ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଅବହେଳିତ ଶିଶୁମାନଙ୍କର ଯତ୍ନ, ସୁରକ୍ଷା ଏବଂ ଥଇଥାନ ନିମନ୍ତେ ‘ଆମ ଘର’ କାର୍ଯ୍ୟ କରିଆସୁଛି।
‘ଆମ ଘର’ ପକ୍ଷରୁ ନବବର୍ଷ ପାଳିତ
/sambad/media/post_attachments/wp-content/uploads/2018/01/peoplesforum.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)