‘ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଖଣ୍ଡୁଆଳ ୟୁଥ୍‌ ଆସୋସିଏସନ୍‌, ଖଣ୍ଡଗିରି ପକ୍ଷରୁ ରାଜନେତା ତଥା ଶିଳ୍ପପତି ଦିଲ୍ଲୀପ ରାୟଙ୍କ ଜନ୍ମଦିବସରେ ‘ଆମ ଓଡ଼ିଶା’ ଆନୁକୂଲ୍ୟରେ ରକ୍ତଦାନ ଶିବିର କରିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ ପରିସରରେ ଶ୍ରୀରାୟଙ୍କ ଜନ୍ମଦିବସ ସକାଳ୯ଟାରେ ଏହି ଶିବିର ଆରମ୍ଭ କରାଯିବ ବୋଲି ସଭାପତି ଦୁର୍ଗାପ୍ରସାଦ ମହାନ୍ତି କହିଛନ୍ତି। ବୈଠକରେ ବରିଷ୍ଠ ରାଜନେତା ରାଇମୋହନ ପଟ୍ଟନାୟକ, ବାବୁଲି ଦାସ, ଦାମୋଦର ସ୍ୱାଇଁ, ବିଜୟ ପରିଡ଼ା, ମନୋଜ ପରିଡ଼ା, ନରେନ୍ଦ୍ର କୁମାର ସାହୁ, ବାପି ମିଶ୍ର, ସନ୍ତୋଷ ଉପାଧ୍ୟାୟ, ଶିବକୁମାର ନାୟକ, ଚନ୍ଦନ ଦାସ, ଭଗବାନ ସାହୁ, ରାଜୀବ ଜେନା, ଚିନ୍ମୟ ଜେନା, ବୁଲୁ ମୁଦୁଲି, ବିଶ୍ୱବାସୀ ବେଉରିଆ, ସୁଶାନ୍ତ କୁମାର ଦାସ, ମହେନ୍ଦ୍ର ଜେନା, ଜଳଧର ରାଉତ, ପ୍ରକାଶ ପ୍ରଧାନ, ସୁଶାନ୍ତ ସାହୁ ଏବଂ ସମ୍ବାଦର ଡିଜିଏମ୍‌(ଲୋକସମ୍ପର୍କ) ବିନୋଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର