ଭୁବନେଶ୍ୱର : ଖାରବେଳନଗରସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ୟୁନିଟ୍ ୩ ସ୍ଥିତ ବାବା ଫାଷ୍ଟ ଫୁଡ୍ ଓ ‘ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏହି ରକ୍ତଦାନ ଶିବିରଟି ଅନୁଷ୍ଠିତ ହୋଇଥିଲା। ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ତାଙ୍କର ବିବାହବାର୍ଷିକୀ ପାଳନ ଅବସରରେ ସପତ୍ନୀକ ରକ୍ତଦାନ କରି ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଆମ ଓଡ଼ିଶାର ପ୍ରକାଶନ ବିଭାଗ ତଥା ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବାବା ଫାଷ୍ଟ୍ଫୁଡ଼୍, ସିଟି ଲାଇଫ, ମେହେର ଶାଢ଼ି ସେଣ୍ଟର୍ ଓ ‘ଆମ ଓଡ଼ିଶା’ର ସହକର୍ମୀମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ମ୍ୟୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡା. ଜୟଦୀପ ଘୋଷ ରକ୍ତଦାତାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କୈବଲ୍ୟ ପ୍ରଧାନ ଓ ଲିପକ କୁମାର ପାତ୍ର ରକ୍ତ ସଂଗ୍ରହ କରିଥିବା ବେଳେ ବିଷ୍ଣୁଚରଣ ସ୍ୱାଇଁ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ଶିବିର ସଂଯୋଜକ ହରେକୃଷ୍ଣ ପ୍ରଧାନ ଓ ପ୍ରଦୀପ୍ତ କୁମାର ଲେଙ୍କା ଶିବିର ପରିଚାଳନା କରିଥିଲେ।
‘ଆମ ଓଡ଼ିଶା’ରେ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/06/ama-odisha-blood-donation-camp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)