ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟସ୍ଥିତ କନକ ମଞ୍ଜରୀ ବ୍ରଜବନ୍ଧୁ କଲେଜ ଅଫ୍ ଇଂଜିନିୟରିଂ ଆଣ୍ତ୍ ଟେକ୍ନୋଲୋଜି ଏବଂ ଆମ ଓଡ଼ିଶା ପକ୍ଷରୁ ଗତକାଲି କଲେଜ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜର ଛାତ୍ରଛାତ୍ରୀମାନେ ଆଗ୍ରହ ସହକାରେ ରକ୍ତଦାନ କରିବା ସହ ୧୨୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କଲେଜର ନିର୍ଦ୍ଦେଶକ (ପ୍ରଶାସନ) ସରୋଜ କୁମାର ପଣ୍ତା, କଲେଜ ଅଧ୍ୟକ୍ଷ ଧନଦାକାନ୍ତ ମିଶ୍ର, ଉପାଧ୍ୟକ୍ଷ ସୁବ୍ରତ କବି ଓ ଆମ ଓଡ଼ିଶା ସମ୍ପାଦକ ସ୍ବରାଜ ମିଶ୍ର ଯୋଗ ଦେଇ ରକ୍ତାଦାତାଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ କଲେଜର ଅଧ୍ୟାପକ ବ୍ରଜ କିଶୋର ବାରିକ, ସ୍ନିଗ୍ଧା ମଧୁସ୍ମିତା ରାଉତ, ମୋହିନୀ ପ୍ରିୟା ପାଢ଼ୀ, ଅଞ୍ଜନ କୁମାର ପ୍ରଧାନଙ୍କ ସମେତ କଲେଜର ବିଭାଗୀୟ ମୁଖ୍ୟ ଓ ଅନ୍ୟ ଅଧ୍ୟାପକ, ସ୍ବେଚ୍ଛାସେବୀ ଚିନ୍ମୟ ଆଦିତ୍ୟ, ଆମ ଓଡ଼ିଶା ଭୁବନେଶ୍ବର ସଂସ୍କରଣ ସଂଯୋଜକ ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ। ଭୁବନେଶ୍ବର ପୌର ନିଗମ ରକ୍ତ ଭଣ୍ତାର ଓ ଖୋର୍ଦ୍ଧା ରକ୍ତ ଭଣ୍ତାରର ଡାକ୍ତର ଏବଂ କର୍ମଚାରୀମାନେ ରକ୍ତ ପରୀକ୍ଷା ସହ ସଂଗ୍ରହ କରିଥିଲେ।
ଆମ ଓଡ଼ିଶା ରକ୍ତଦାନ ଶିବିର, କେଏମ୍ବିବି କଲେଜ୍ରୁ ୧୨୫ ୟୁନିଟ୍ ସଂଗ୍ରହ
/sambad/media/post_attachments/wp-content/uploads/2020/02/f4hfh7fsh7sf65h4fs65h465sfhsfhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)