ଆମ ଓଡ଼ିଶାର ରକ୍ତଦାନ ଶିବିର: ପୋଖରୀପୁଟ୍‌ ଡିଏଭିରୁ ୭୫ ୟୁନିଟ୍‌ ରକ୍ତ ସଂଗୃହୀତ

ଭୁବନେଶ୍ବର: ‌ପୋଖରୀପୁଟ ଡିଏଭି ପବ୍ଲିକ୍ ସ୍କୁଲର ୩୧ତମ ପ୍ରତିଷ୍ଠା ଦିବସ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଅଧ୍ୟକ୍ଷ ଡ. ସୁଜାତା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସ୍କୁଲର ସହକର୍ମୀ, ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମେତ ମୋଟ ୭୫ଜଣ ଶିବିରରେ ରକ୍ତଦାନ କରିଥିଲେ। ସୁପରଭାଇଜର୍‌ ପି. ଅନୁରାଧା ଓ ମନୋଜ କୁମାର ନାହାକ ଶିବିର ପରିଚାଳନା କରିଥିଲେ। ସ୍କୁଲର ସହକର୍ମୀମାନଙ୍କ ମଧ୍ୟରୁ ରାଜେନ୍ଦ୍ର କୁମାର ସାହୁ, ସଂଜୟ ଶତପଥୀ, କ୍ଷଣପ୍ରଭା ନନ୍ଦ, ସଂଜୟ ସାହୁ, ପ୍ରୀତିଛନ୍ଦା ମହାନ୍ତି, ରଶ୍ମିରଂଜନ ଦାସ, ରାଜଲକ୍ଷ୍ମୀ ତ୍ରିପାଠୀ, ଆହୁତି ପଟ୍ଟନାୟକ, ମିନତି ମିଶ୍ର, ଅନନ୍ୟା ମଣ୍ଡଳ, ସସ୍ମିତା ରାଉତ, ଅମ୍ରିତା ତୃପ୍ତି, ପୂର୍ଣ୍ଣିମା ଦ୍ବିବେଦୀ ଓ ଡି. କୁସୁମ କୁମାରୀ ପ୍ରମୁଖ ଶିବିର ପରଚିାଳନାରେ ସହାୟତା କରିଥିଲେ। ଡିଏଭି ଜୁନିୟର ରେଡ୍‌କ୍ରସର ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ରକ୍ତ କେନ୍ଦ୍ର, ଭୁବନେଶ୍ବର ମ୍ୟୁନିସିପାଲିଟି ହସ୍ପିଟାଲର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସଂଚାଳନ କରିଥିଲେ। ଶିବିରରେ ସମସ୍ତ ରକ୍ତଦାତାଙ୍କୁ ପ୍ରଂଶସାପତ୍ର, ରକ୍ତଦାତା ପରିଚୟପତ୍ର, କଫି ମଗ୍ ଓ ‌ଔଷଧୀୟ ଚାରା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର