ଭୁବନେଶ୍ୱର: ଖାରବେଳ ନଗରସ୍ଥିତ ‘ଆମ ଓଡ଼ିଶା’ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ‘ଆଶା ପ୍ରଦୀପ’ ସମ୍ବାଦପତ୍ର ଓ ‘ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସେଞ୍ଚୁରିଆନ୍ ୟୁନିଭର୍ସିଟିର ଡିନ୍ ସୁନିଲ ଝା ଉଦ୍ଘାଟନ କରିଥିଲେ। ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ଓ ପ୍ରକାଶନ ବିଭାଗ ସଂପାଦକ ଅସିତ ମହାନ୍ତି, ହରେକୃଷ୍ଣ ପ୍ରଧାନ ଓ ମମତା ସିଂହ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମ୍ୟୁନିସିପାଲଟି ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଜୟଦୀପ ଘୋଷ ଓ ସହକର୍ମୀ କୈବଲ୍ୟ ପ୍ରଧାନ, ପ୍ରକାଶ ଚନ୍ଦ୍ର ବରାଳ ଓ ପ୍ରୀତିରଞ୍ଜନ ନାୟକ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆଶା ପ୍ରଦୀପର ସଂପାଦିକା ବ୍ରାହ୍ମୀପ୍ରିୟା ସାମନ୍ତରାୟ ଏହି ଶିବିରକୁ ପରିଚାଳନା କରିଥିଲେ।
‘ଆଶା ପ୍ରଦୀପ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/02/m3-5.jpg)