‘ଆମ ଓଡ଼ିଶା’ ରକ୍ତଦାନ ଶିବିର: ଆଫିନିଟି ବିଜିନେସ୍‌ ସ୍କୁଲରୁ ୫୪ ୟୁନିଟ୍‌ ସଂଗ୍ରହ

ଖୋର୍ଧା: ଖୋର୍ଧା ଶିଳ୍ପାଞ୍ଚଳରେ ଥିବା ଆଫିନିଟି ବିଜିନେସ୍‌ ସ୍କୁଲ ଓ ଆମ ଓଡ଼ିଶା ମିଳିତ ସହଯୋଗରେ ଅନୁଷ୍ଠାନ ପରିସରରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ମୋଟ ୫୪ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଅନୁଷ୍ଠାନର ଡିନ୍‌ ପ୍ରଫେସର୍‌ ଡ. ଶ୍ରୀମୟ ପାତ୍ରଙ୍କ ମାର୍ଗଦର୍ଶନ ଓ ବରିଷ୍ଠ ପ୍ରଫେସର୍‌ ଡ. ଦେବୀପ୍ରସାଦ କରଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ସହାୟତା କରିଥିଲେ। ଶିବିରକୁ ପ୍ରଫେସର୍‌ ଦେବାଶିଷ ତ୍ରିପାଠୀ ସଂଯୋଜନା କରିଥିଲେ। ପ୍ରଫେସର୍‌ ଶିଶିରକାନ୍ତ ପାଢ଼ୀ, ଇନ୍ଦ୍ରାଣୀ ମିଶ୍ର, ମୋନାଲିସା ପଟେଲ, ଶକ୍ତି ପ୍ରସାଦ ନନ୍ଦ, ସୌମ୍ୟରଂଜନ ମିଶ୍ର, ରଶ୍ମିରଂଜନ ଦାସ, ଦୀପମାଲା ତ୍ରିପାଠୀ, ପ୍ରସନ୍ନଜିତ୍‌ ଦାସ, ରାଜେଶ ଧଳ, ଚିତ୍ତରଂଜନ ତ୍ରିପାଠୀ, ସଚ୍ଚୀନ୍ଦ୍ର ନାଥ ପତି, ଅଶୋକ କୁମାର ସିହ୍ନା, ଅଶୋକ କୁମାର ସାହୁ, ଦୈତ୍ୟାରି ସେନାପତି, ସନ୍ତୋଷ କୁମାର ସାହା, ପ୍ରକାଶ ମହାନ୍ତି, ନିର୍ମଳ ସାହୁ, ତପନ କୁମାର ଜେନା, ସଂଜୟ ସାମଲ, ନରେନ୍ଦ୍ର ବାରିକ, ଅନୁପମ ଭୂଜବଳ, ଉମାକାନ୍ତ ଦାସ, ପ୍ରକାଶ ବିଶ୍ୱାଳ, ମନୋଜ ଛୋଟରାୟ, ପ୍ରତାପ ଜେନା, ବସନ୍ତ ଖଟୁଆ, ନିର୍ମଳ ବେହେରା ପ୍ରମୁଖ ଏଥିରେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଆମେ ମଣିଷକୁ ଜୀବନ ଦେଇପାରିବା ନାହିଁ, ମାତ୍ର ସେମାନଙ୍କ ଜୀବନକୁ ରକ୍ଷା କରିବାରେ ସାହାଯ୍ୟ କରିପାରିବା ବୋଲି ରକ୍ତଦାତାମାନେ ମତ ଦେଇଥିଲେ। ରକ୍ତ ଅଭାବରୁ ଆମେ କାହାରିକୁ ମରିବାକୁ ଦେବା ନାହିଁ ବୋଲି ମଧ୍ୟ ସେମାନେ ଶପଥ ନେଇଥିଲେ। ବିଏମସି ହସପିଟାଲର ଡାକ୍ତର ଜୟଦେବ ଘୋଷ ଓ ସହଯୋଗୀମାନେ ଏହି ରକ୍ତଦାନ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ପକ୍ଷରୁ ହରେକୃଷ୍ଣ ପ୍ରଧାନ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର