‘ସମ୍ବାଦ ଭବନ’ରେ ‘ଆମ ଓଡ଼ିଶା’ର ରକ୍ତଦାନ ଶିବିର

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ

ଭୁବନେଶ୍ୱର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସ୍ଥାନୀୟ ରସୁଲଗଡ଼ସ୍ଥିତ ‘ସମ୍ବାଦ ଭବନ’ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ୨୪ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଏହି ଶିବିରରେ ସମ୍ବାଦର ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ଓ ଉପ-ମହାପ୍ରବନ୍ଧକ (ମାନବ ସମ୍ବଳ ବିଭାଗ) ବୈଜୟନ୍ତୀ କର ପ୍ରମୁଖ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ବାଦ, କନକ ନ୍ୟୁଜ୍‌ ଓ ରେଡିଓ ଚକ୍‌ଲେଟ୍‌ର ସହକର୍ମୀ ତଥା ଅନ୍ୟ ସ୍ୱେଚ୍ଛା ରକ୍ତଦାତାମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ଏହି ଶିବିରରେ ୧୮ ବର୍ଷରେ ପଦାର୍ପଣ କରି ପ୍ରଥମ ଥର ପାଇଁ ରକ୍ତଦାନ କରିଥିବା ୟୁନିଟ୍‌-୮ସ୍ଥିତ ନାରାୟଣ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ର ବିପୁଳ ସାହୁ ଓ ପୁରୁଷୋତ୍ତମ ସାହୁଙ୍କୁ ସମ୍ବର୍ଧିତ କରାଯାଇଥିଲା। କ୍ୟାପିଟାଲ ହସ୍‌ପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର