ଭୁବ‌ନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମ (ଓଏଲ୍‌ଆଇସି) ଅଧ୍ୟକ୍ଷ ଭାବେ ଅମରେଶ ପତ୍ରୀ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ପତ୍ରୀ ଭୁବନେଶ୍ବରସ୍ଥିତ ଓଏଲ୍‌ଆଇସି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ବ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ପୁନର୍ବାର ଏହି କାର୍ଯ୍ୟଭାର ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

Advertisment

ଏହି ଅବସରରେ ଓଏଲ୍‌ଆଇସି କାର୍ଯ୍ୟାଳୟର ପରିଚାଳନ‌ା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନି‌ର୍ଦ୍ଦେଶକ ବାଲେଶ୍ବର ନ‌ାଥ ସାହୁଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ପତ୍ରୀଙ୍କୁ ସ୍ବାଗତ କରିଥିଲେ।