ଭୁବନେଶ୍ବର : ଶିଶୁଭବନ ଛକ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଘଟିବାରୁ ୨ ରୋଗୀଙ୍କ ସମେତ ୩ଜଣ ଆହତ ହୋଇଛନ୍ତି। ସେମାନେ ହେଲେ, ପିପିଲି ମଙ୍ଗଳପୁର ଅଞ୍ଚଳର ବବିତା ପ୍ରଧାନ, ସୁକାନ୍ତି ଦାସ ଓ ଆମ୍ବୁଲାନ୍ସ ଚାଳକ। ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଇଥିଲା।
ବୁଧବାର ବିଳମ୍ବିତ ରାତି ପାଖାପାଖି ସାଢ଼େ ୩ଟାରେ ଆମ୍ବୁଲାନ୍ସଟି ମଙ୍ଗଳପୁର ଅଞ୍ଚଳରୁ ବବିତା ଓ ସୁକାନ୍ତିଙ୍କୁ ଧରି କ୍ୟାପିଟାଲ୍ ହସ୍ପିଟାଲ୍ ଆସୁଥିଲା। ଶିଶୁଭବନ ଛକ ଅତିକ୍ରମ କରୁଥିବା ବେଳେ ଚାଳକ ଭାରସାମ୍ୟ ହରାଇ ଆମ୍ବୁଲାନ୍ସକୁ ଡିଭାଇଡର୍ରେ ପିଟି ଦେଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/amulance-accident.jpg)