ଘୋଷଣା ହେଲା ଆମେରିକାଜ୍‌ ଗଟ୍‌ ଟ୍ୟା‌ଲେଣ୍ଟ ଫଳାଫଳ

ଶ୍ରେଷ୍ଠ ୧୦ରେ ରହିଲେ ସୁମନ୍ତ-ସୋନାଲି ଯୋଡ଼ି

ଭୁବନେଶ୍ବର: ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌-୧୫ର ଫଳାଫଳ ଆଜି ଘୋଷଣା ହୋଇଛି। ଓଡ଼ିଆ ପୁଅ ସୁମନ୍ତ ଓ ସାଥୀ କଳାକାର କୋଲକାତା ଝିଅ ସୋନାଲିଙ୍କ ଯୋଡ଼ି ଏହାର ବିଜେତା ହୋଇପାରିନାହାନ୍ତି ସତ କିନ୍ତୁ ଶ୍ରେଷ୍ଠ ୧୦ରେ ରହି ଦେଶକୁ ଗୌରାବାନ୍ବିତ କରିଛନ୍ତି। ଶ୍ରେଷ୍ଠ ୧୦ରେ ରହିଥିବାରୁ ସେମାନଙ୍କ ପରିବାର ଓ ତାଙ୍କ ନୃତ୍ୟ ଅନୁଷ୍ଠାନ ‘ବିଭାସ ଡ୍ୟାନ୍ସ ଏକାଡେମି’ ଭିତରେ ଆନନ୍ଦର ଲହରି ଖେଳିଯାଇଛି। ସୁମନ୍ତଙ୍କ ବାପା ଏମ୍‌. ଜଗଦୀଶ୍ବର ରାଓ, ମା’ ଏମ୍‌. ରାଧାକୁମାରୀ ଓ ଭାଇ ଏମ୍‌ ପ୍ରଶାନ୍ତ ମିଠା ବଣ୍ଟି ଖୁସି ମନାଇଛନ୍ତି।

ବ୍ୟାଡ୍‌ ସାଲ୍‌ସା ନାମରେ ପରିଚିତ ସୁମନ୍ତ-ସୋନାଲି ଯୋଡ଼ିଙ୍କ ଗ୍ରାଣ୍ଡଫିନାଲେର ନୃତ୍ୟ ପ୍ରଦର୍ଶନ ଦର୍ଶକ ଓ ବିଚାରକଙ୍କୁ ଅଭିଭୂତ କରିଥିଲା। ୨ ମିନିଟ୍‌ ୨୦ ସେକେଣ୍ଡ୍‌ ଧରି ‘ବଚ୍‌ନା ଏ ହସିନୋ’ ଗୀତରେ ନୃତ୍ୟ କରି ଏଜିଟି ମଞ୍ଚରେ ‌ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ। ଭାରତୀୟ ସମୟ ଅନୁସାରେ ଆଜି ଭୋର ସାଢ଼େ ୫ଟାରେ ଏନ୍‌ବିଟି ଚ୍ୟାନେଲରେ ପ୍ରସାରିତ ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌ର ଫଳାଫଳ ଘୋଷଣା ହୋଇଥିଲା।

ସମ୍ବନ୍ଧିତ ଖବର