ଭୁବନେଶ୍ବରରେ ଆମେରିକାର ସ୍ବାଧୀନତା ଦିବସ ପାଳନ

ଭୁବନେଶ୍ବର: ହାଇଦ୍ରାବାଦସ୍ଥିତ ଆମେରିକାର ବାଣିଜ୍ୟ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ଆମେରିକାର ସ୍ବାଧୀନତା ଦିବସ ଆଜି ପାଳନ କରାଯାଇଛି। ଆମେରିକାର ୨୪୩ତମ ସ୍ବାଧୀନତା ଦିବସ ପାଳନ ପାଇଁ ହୋଟେଲ ମେ’ ଫେୟାର ପରିସରରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ସାଂସଦ ଅଚ୍ୟୁତ ସାମନ୍ତ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜନେତା, ବ୍ୟବସାୟୀ, ସାମ୍ବାଦିକ, କଳାକାର, ଶିକ୍ଷାବିତ୍ ଆଦି ଅତିଥିଭାବେ ଯୋଗଦେଇଥିଲେ। ଆମେରିକାର ଡେପୁଟି କନସୁଲ ଜେନେରାଲ ଏରିକ୍ ଆଲେକଜାଣ୍ଡାର ଏବଂ ରାଜନୈତିକ ବ୍ୟାପାର ଅଧିକାରୀ ଡ୍ରିଉ ଗିବ୍‌ଲିନ୍ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଭାରତ ଏବଂ ଆମେରିକାର ଜାତୀୟ ସଙ୍ଗୀତ ଗାନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଓଡ଼ିଶା ସହ ଆମେରିକା ବାଣିଜ୍ୟ ଦୂତାବାସର ନିବିଡ଼ ସମ୍ପର୍କ ବାସ୍ତବରେ ଅର୍ଥପୂର୍ଣ୍ଣ ବୋଲି ଆଲେକଜାଣ୍ଡାର କହିଥିଲେ। ଭୁବନେଶ୍ବରରେ ଏହି ଉତ୍ସବ ପାଳନ ପାଇଁ ଆସିଥିବା ଅବସରରେ କନସୁଲେଟ ଜେନେରାଲଙ୍କ କର୍ମଚାରୀମାନେ ବିଭିନ୍ନ ବିର୍ଗର ଲୋକଙ୍କ ସହିତ ମିଶି ଅନେକ କାର୍ଯ୍ୟକ୍ରମ ପାଳନ କରିଥିଲେ।

ସମ୍ବନ୍ଧିତ ଖବର