ଆଜି ଆସୁଛନ୍ତି ଅମିତ ଶାହ, ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ

ଭୁବନେଶ୍ବର/ପୁରୁଣା ଭୁବନେଶ୍ୱର : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପୂର୍ବରୁ କମିସନରେଟ୍ ପୁଲିସ ସହ ଗୁଇନ୍ଦା ଓ ସିଆର୍‌ପିଏଫ୍ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଜନତା ମଇଦାନରେ ହେବାକୁ ଥିବା ସିଏଏ ସଭାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ସୁରକ୍ଷା ଅଧିକାରୀ। ସେହିପରି ଶ୍ରୀ ଶାହ ଶନିବାର ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ ଲାଗି ଯିବେ। ଏଥିପାଇଁ କମିସନରେଟ୍‌ ପୁଲିସ୍ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି (ଶୁକ୍ରବାର) ଏ ନେଇ ମକ୍‌ ଡ୍ରିଲ୍‌ କରାଯିବ। ଡିସିପି ଅନୁପ କୁମାର ସାହୁଙ୍କ ତତ୍ତ୍ବାବଧାନରେ ସୁରକ୍ଷା ରିହର୍ସାଲ କରାଯିବ। ଶନିବାର ୧୫ଜଣ ପୁଲିସ ଅଫିସର, ୩ ଜଣ ସିଆରପିଏଫ୍ ଅଧିକାରୀ, ସାଦା ପୋଷାକରେ ପୁଲିସ ଭିତରେ ଓ ବାହାରେ ରହିବେ। ମନ୍ଦିର ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ସେହିପରି ୱାଚ୍ ଟାୱାର ନିକଟରେ ବନ୍ଧୁକଧାରୀ ରହିବା ପାଇଁ ଏକ ତାଲିକା ଡିସିପିଙ୍କୁ ପ୍ରଦାନ କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଶୀ ଶାହଙ୍କୁ ସ୍ବାଗତ କରାଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର