ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ଡ.ଅମିତାଭ ମହାନ୍ତି(୮୧)ଙ୍କର ଆଜି ତାଙ୍କ ନ୍ୟୁ ଏୟାରପୋର୍ଟ ଛକ ନିକଟସ୍ଥ ବାସଭବନରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ମହାନ୍ତି ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଭାବେ ବନ୍ଧୁ ମହଲରେ ପରିଚିତ ଥିଲେ। ତେଣୁ ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ଆଜି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଡ. ମହାନ୍ତି ବିଗତ କିିଛି ଦିନ ହେବ ବୟାସାଧିକ୍ୟ କାରଣରୁ ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ସାନଭାଇ ବିଭୁଦତ୍ତ ମହାନ୍ତି, ଭଉଣୀ ଅତସୀ ମହାନ୍ତି, ପତ୍ନୀ ଡ. ସୁନନ୍ଦା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଡ. ମହାନ୍ତି ପ୍ରଥମେ ରାଉରକେଲାଠାରେ ଓଡ଼ିଶା ଫର୍ଟିଲାଇଜର ଆଣ୍ଡ୍ କେମିକାଲ ଲିମିଟେଡ୍ ନାମକ ଶିଳ୍ପସଂସ୍ଥା ପ୍ରତିଷ୍ଠା କରିଥିଲେ। ପରେ ପରେ ନାଗପୁରଠାରେ ସେ ତାଙ୍କର ଇଣ୍ଡିଆନ୍ ପାଇରୋଫୋରିକ୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନି ପ୍ରତିଷ୍ଠା କରିବା ସହ ଅନେକ ଅନୁଷ୍ଠାନ ଗଢ଼ିଥିଲେ। ଡ. ମହାନ୍ତିଙ୍କ ଦୁଇ ଝିଅ ଅଛନ୍ତି। ଏକମାତ୍ର ପୁଅ ସିଦ୍ଧାର୍ଥ ମହାନ୍ତି ଇଂଲଣ୍ଡରେ କାର୍ଯ୍ୟରତ ଅଛନ୍ତି। ସେ ଇଂଲଣ୍ଡରୁ ଫେରିବା ପରେ ଆସନ୍ତା ବୁଧବାର ଦିନ ସ୍ୱର୍ଗତ ମହାନ୍ତିଙ୍କର ଶେଷକୃତ୍ୟ କଟକ ଝାଞ୍ଜିରି ମଙ୍ଗଳାସ୍ଥିତ ତାଙ୍କ ଜନ୍ମସ୍ଥାନରେ ସମ୍ପନ୍ନ ହେବ ବୋଲି ପରିବାରବର୍ଗ ସୂଚନା ଦେଇଛନ୍ତି।