ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ଯୁବ ଓ ସା˚ସ୍କୃତିକ ସ˚ଘ ପକ୍ଷରୁ ଜଣାଶୁଣା ପ୍ରଯୋଜକ ଓ ନିର୍ଦେଶକ ଅମିୟ ରଞ୍ଜନ ପଟ୍ଟନାୟକଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ˚ଘର ସାଧାରଣ ସମ୍ପାଦକ ତଥା ସମାଜସେବୀ ବିଶ୍ବଜିତ୍ ପଟ୍ଟନାୟକ(ସିଲୁ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ କ˚ଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବଦ୍ରିନାଥ ପଟ୍ଟନାୟକ, ଅରିଜିତ୍ ମଲ୍ଲିକ, ସ˚ଘର ସଭାପତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଅତିଥିମାନେ ଶ୍ରୀ ପଟ୍ଟନାୟକଙ୍କ ଦ୍ବାରା ନିର୍ମିତ ଅନେକ ଚଳଚ୍ଚିତ୍ର, ଧାରାବାହିକ, ନାଟକ ଜାତୀୟ ଓ ରାଜ୍ୟସ୍ତରରେ କିଭଳି ପୁରସ୍କୃତ ହୋଇଥିଲା, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଦ୍ବାରା ପ୍ରଯୋଜିତ ଚଳଚ୍ଚିତ୍ର ‘ଚକା ଆଖି ସବୁ ଦେଖୁଛି’, ‘ପୁଅ ମୋର କଳା ଠାକୁର’, ବହୁ ଚର୍ଚ୍ଚିତ ମଞ୍ଚ ନାଟକ ‘ନର୍କରେ ଚହଳ’ କିଭଳି ଭାବେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଦର୍ଶକଙ୍କ ଦ୍ବାରା ଆଦୃତଲାଭ କରିଥିଲା, ତାହା ଉପରେ ମତ ରଖିଥିଲେ। ଓଡ଼ିଶାର କଳା ଓ ସ˚ସ୍କୃତି ପ୍ରତି ଶ୍ରୀ ପଟ୍ଟନାୟକଙ୍କ ଅବଦାନକୁ ଦୃଷ୍ଟିରେ ରଖି ଭୁବନେଶ୍ବରର ଏକ ପ୍ରମୁଖ ରାସ୍ତାକୁ ତାଙ୍କ ନାମରେ ନାମିତ କରିବା, ସ˚ସ୍କୃତି ବିଭାଗ ପକ୍ଷରୁ ରାଜଧାନୀର ଏକ ଛକରେ ଶ୍ରୀ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ସ୍ମୃତି ମଣ୍ତପ ନିର୍ମାଣ କରିବାକୁ ସମାଜସେବୀ ସିଲୁ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସା˚ସ୍କୃତିକ ସମ୍ପାଦକ ବଟକୃଷ୍ଣ ପଣ୍ତା, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ଗଦାଧର ରଥ, କୁମାର ବାରିକ, ନିରଞ୍ଜନ ସାହୁ, ଟିକ୍ଲାଲ୍ ପଣ୍ତିତ, ସୁକାନ୍ତ ରାଉତ, ଶିଶିର ମହାରଣା, ବିଭୂତି ଭୂଷଣ ଦାସ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ।
ଅମିୟ ପଟ୍ଟନାୟକଙ୍କ ଶୋକସଭା, ରାଜଧାନୀରେ ପ୍ରତିମୂର୍ତ୍ତି ଓ ସ୍ମୃତି ମଣ୍ତପ ପ୍ରତିଷ୍ଠା ଦାବି
/sambad/media/post_attachments/wp-content/uploads/2018/10/amiya-pattnayak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)