ଭୁବନେଶ୍ୱର : ଆମଫୋଇ ପକ୍ଷରୁ ଜାତି-ଜାତକ, ଯୌତୁକଶୂନ୍ୟ ପ୍ରେମ ବିବାହ ଆନ୍ଦୋଳନର ୩୭ତମ ବାର୍ଷିକ ଉତ୍ସବ ଓ ବିଶ୍ୱ ମାନବିକ ଅଧିକାର ଦିବସ ସ୍ଥାନୀୟ ରେଡକ୍ରସ୍ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ଭୂପିନ୍ଦର ସିଂହ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଗ୍ଲୋବାଲ ପିସ୍ ଫାଉଣ୍ଡେସନ୍ର ନିର୍ଦେଶକ ରାଜକିଶୋର ପଣ୍ଡା ଯୋଗ ଦେଇଥିଲେ। ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ସଭାପତି ବିଜୟାନନ୍ଦ କର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ଅତିଥି ଭାବେ ଚର୍ଚା ପତ୍ରିକାର ସମ୍ପାଦକ ଦେବେନ୍ଦ୍ର ସୂତାର, ଆମୋଫୋର ଉପସଭାପତି ରମେଶ ଅଲ୍ଲୀ ବେଶାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବି. ରାମଚନ୍ଦ୍ର ସି.ଏସ୍.ଟି ଭୋଲ୍ଟେୟାର ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ, ଭାରତବାସୀଙ୍କ ମଧ୍ୟରେ ସମତା, ବ୍ୟକ୍ତି ମର୍ଯ୍ୟାଦା ଓ ବାକ୍ ସ୍ୱାଧୀନତାକୁ ବଳବତ୍ତର କରିବା ପାଇଁ ଏକ ସନ୍ତାନ ପରିବାର, ପ୍ରେମ ବିବାହ ସହ ଉନ୍ନତମାନର ଇଂରାଜୀ ଶିକ୍ଷା ଜରୁରୀ। ଏହି ଅବସରରେ ବିଶ୍ୱ ସରକାର ପ୍ରତିଷ୍ଠା ପାଇଁ ଭୋଲ୍ଟେୟାର ଅନୁଷ୍ଠାନର ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଥିଲେ।
ଆମୋଫୋଇ ପକ୍ଷରୁ ବିଶ୍ୱ ମାନବିକ ଅଧିକାର ଦିବସ
/sambad/media/post_attachments/wp-content/uploads/2017/12/amofoi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)