ଅଳିଆଗଦାରେ କଟା ହାତଗୋଡ଼କୁ ନେଇ ଆଲୋଡ଼ନ

ମେଡିକାଲ ଶିକ୍ଷାନୁଷ୍ଠାନ ସ୍ପଷ୍ଟ କଲା: ଫିଙ୍ଗି ଦେଇଥିଲେ ସଫେଇ କର୍ମଚାରୀ

ଭୁବନେଶ୍ବର : ରାଜଧାନୀ ରାସ୍ତାକଡ଼ ଅଳିଆଗଦାରେ କଟା ହାତଗୋଡ଼ ବାହାରିବାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛି ପୁଲିସ। ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଏକ ଘରୋଇ ମେଡିକାଲ ଶିକ୍ଷାନୁଷ୍ଠାନର ବୋଲି ସ୍ପଷ୍ଟ ହୋଇଛି। ଏହା ପରେ ପୁଲିସ ଆଶ୍ବସ୍ତ ହୋଇଛି।

ପୁଲିସ ସୂଚନା ଅନୁସାରେ, ଗତ ଗୁରୁବାର ରାମ ମନ୍ଦିର ପଛପଟ ରାସ୍ତାକଡ଼ରେ କଟା ହାତ, ଗୋଡ଼ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ। ଏ ନେଇ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏସବୁ ଜବତ କରିବା ସହ ଅଧିକ ପରୀକ୍ଷା ଲାଗି ଏମ୍ସ ପଠାଇଥିଲା। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଥିଲା। କିନ୍ତୁ ଏହି ଅଙ୍ଗପ୍ରତ୍ୟଙ୍ଗ ସଦ୍ୟ ନୁହେଁ ଓ ମେଡିକାଲ ପାଠ୍ୟକ୍ରମରେ ବ୍ୟବହୃତ ହେଉଥିବା ଜଣା ପଡ଼ିଥିଲା। ପରେ ସମ୍ପୃକ୍ତ ମେଡିକାଲ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ଏସବୁ ତାଙ୍କର ବୋଲି ସ୍ବୀକାର କରିଥିଲେ ଏବଂ ପୁଲିସକୁ ଲିଖିତ ଭାବେ କ୍ଷମା ମାଗିଥିଲେ।

ସମ୍ବନ୍ଧିତ ଖବର