ସୁସ୍ଥ ହୃତ୍‌ପିଣ୍ଡ ପାଇଁ ଆମ୍ରି ପକ୍ଷରୁ ସାଇକ୍ଲୋଥନ୍

ଭୁବନେଶ୍ବର: ‘ବିଶ୍ବ ହୃତ୍‌ପିଣ୍ଡ ଦିବସ’ ଅବସରରେ ଆମ୍ରି ହସ୍ପିଟାଲସ୍ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ୟୁନିଟ୍‌-୧ ଆଦିବାସୀ ପଡ଼ିଆ ପର୍ଯ୍ୟନ୍ତ ୭ କି.ମି ‘ସାଇକ୍ଲୋଥନ୍’ ଆୟୋଜିତ ହୋଇଥିଲା। ଏକ ସୁସ୍ଥ ହୃତ୍‌ପିଣ୍ଡ ପାଇଁ ବ୍ୟାୟାମର ଉପାଦେୟତା ସମ୍ପର୍କ‌ରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୋ’‌ ସାଇକେଲ୍’ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁଙ୍କ ସମେତ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ସିନେ ତାରକା ଆକାଶ ଦାସନାୟକ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ଆମ୍ରି ହସ୍ପିଟାଲସ୍ ଭୁବନେଶ୍ୱରର ଉପସଭାପତି ଡାକ୍ତର ଅନୁଜ ତିୱାରୀ ଉପସ୍ଥିତ ରହି ସାଇକ୍ଲୋଥନ୍‌ର ଉଦ୍‌ଘାଟନ କରିଥିଲେ। ଆମ୍ରି ହସ୍ପିଟାଲସ୍‌ ଭୁବନେଶ୍ୱରର ଡାକ୍ତର ମହେଶ ପ୍ରସାଦ ଅଗ୍ରୱାଲ, କାର୍ଡିଓଲୋଜିଷ୍ଟ ଡାକ୍ତର ଏସ୍‌.ଏନ୍‌ ପଣ୍ଡା, କାର୍ଡିଓଲୋଜି ଆଣ୍ଡ ଇଲେକ୍ଟ୍ରୋଫିଜିଓଲୋଜି ଡାକ୍ତର ଚନ୍ଦ୍ରଭାନୁ ପରିଜା, ଡାକ୍ତର ଜେ.ଏନ୍‌ ପଟ୍ଟନାୟକ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ଆମ୍ରି ହସ୍ପିଟାଲସ୍ ଭୁବନେଶ୍ୱରର ୟୁନିଟ୍‌ ମୁଖ୍ୟ ତଥା ଉପସଭାପତି ଡାକ୍ତର ତିୱାରୀ ଏହି ଅବସରରେ କହିଥିଲେ, ‘ସାଇକେଲ୍ ଚାଳନା ଦ୍ୱାରା ହୃତ୍‌ପିଣ୍ଡର ମାଂସପେଶୀ ଦୃଢ଼ ହୋଇଥାଏ ଏବଂ ନିଶ୍ୱାସ ପ୍ରଶ୍ୱାସ ଓ ପ୍ରବାହରେ ଉନ୍ନତି ହୋଇଥାଏ। ଏହା ରକ୍ତରେ ମେଦର ସ୍ତରକୁ ହ୍ରାସ କରିଥାଏ।

ସମ୍ବନ୍ଧିତ ଖବର