ଆମ୍ରି ହସ୍‌ପିଟାଲ ପକ୍ଷରୁ ମାଇକ୍ରୋ ବାୟୋଲୋଜିଷ୍ଟ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର : ଆମ୍ରି ହସସ୍ପିଟାଲ ପକ୍ଷରୁ ପାନ୍ଥ ନିବାସଠାରେ ଭାରତୀୟ ମେଡିକାଲ ମାଇକ୍ରୋବାୟୋଲୋଜିଷ୍ଟ ସଂଘର ୧୧ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପଡ଼ୋଶୀ ରାଜ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୦୦ ଅଗ୍ରଣୀ ମାଇକ୍ରୋବାୟୋଲୋଜିଷ୍ଟ ଯୋଗ ଦେଇ ଅନ୍ୟାନ୍ୟ ପାଥୋଜେନିକ୍‌ ମାଇକ୍ରେବସ ଏବଂ ସେଗୁଡ଼ିକର ନିୟନ୍ତ୍ରଣ କରିବା ଉପରେ ଆଲୋଚନା କରିଥିଲେ। ଆଣ୍ଟିବାୟୋଟିକକୁ ହସପିଟାଲ୍‌ ଏବଂ ସାଧାରଣ ସମାଜରେ ଉପଯୁକ୍ତ ଭାବେ ବ୍ୟବହାର କରିବା ଉପରେ ସେମାନେ ଗୁରୁତ୍ୱ ଆରୋପ କରିଥିଲେ।

ଏହି ଅବସରରେ ଉପସଭାପତି ଡ. ବିବେକ ଲାଲ ଏବଂ ଭୁବନେଶ୍ୱରର ଆମ୍ରି ହସପିଟାଲର ଆୟୋଜକ ସମ୍ପାଦକ ବିଭୁଦତ୍ତ ରାଉତରାୟ, ଏକାଡେମିକ୍‌ ସମ୍ପାଦକ ଶ୍ରୀକାନ୍ତ ତିଓ୍ଵାରୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଡ. ବିବେକ ଲାଲ କହିଥିଲେ ଯେ ଆମ୍ରି ହସପିଟାଲ ଭୁବନେଶ୍ୱରରେ ଅନେକ ନୂଆ ପଦକ୍ଷେପ ଗ୍ରହଣ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହା ପ୍ରତ୍ୟକ୍ଷ ଭାବରେ ସମାଜର ସର୍ବୋତ୍କଷ୍ଟ ସ୍ୱାସ୍ଥ୍ୟ ସେବାକୁ ପ୍ରଭାବିତ କରିଥାଏ। ଡ. ରାଉତରାୟ କହିଥିଲେ ଯେ ସଂକ୍ରମଣ ଓ ଆଣ୍ଟି-ବାୟୋଟିକ ବ୍ୟବହାର କମ୍‌ କରିବା ପାଇଁ ହସପିଟାଲଗୁଡ଼ିକରେ ସୁଦୃଢ଼ ସଂକ୍ରମଣ ନିୟନ୍ତ୍ରଣ ବ୍ୟବସ୍ଥା ରହିବା ଦରକାର। ଭୁବନେଶ୍ୱର ଆମ୍ରି ହସପିଟାଲ ହେଉଛି ଏକ ସୁପର ସ୍ପେସିଆଲିଟି ହସପିଟାଲ ଲିମିଟେଡ୍‌ର ଏକ ଅଂଶ ଯାହା ହେଉଛି ପୂର୍ବ ଭାରତର ସର୍ବବୃହତ ଏବଂ ଦ୍ରୁତ ଅଭିବୃଦ୍ଧିଶାଳୀ ଘରୋଇ ହସପିଟାଲ ଶୃଙ୍ଖଳା।

ସୂଚନା ଥାଉ କି ପୂର୍ବ ଭାରତରେ ମଲ୍‌ଟି ସ୍ପେସିଆଲିଟି ହେଲ୍‌ଥ କେୟାର ଫାସିଲିଟି ପ୍ରଦାନ କରୁଥିବା ଆମ୍ରି ହସପିଟାଲରେ ଅଙ୍କୋଲୋଜି, ନ୍ୟୁରୋସାଇନସେସ୍‌, କାର୍ଡିଆକ୍‌ ସାଇନସେସ ଓ ଚାଇଲଡ କେୟାର ଇତ୍ୟାଦି ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ରହିଛି। ଘରୋଇ ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଣୀ ପ୍ରତିଷ୍ଠାନ ଭାବରେ ଏଠାରେ ପ୍ରାୟ ୧୦୦୦ ଶଯ୍ୟା ରହିଛି। ଅତ୍ୟାଧୁନିକ ଓ ଉନ୍ନତ ଉପକରଣ ସାଙ୍ଗକୁ ଉନ୍ନତମାନର ସେବା ବ୍ୟବସ୍ଥା ଦ୍ୱାରା ପୂର୍ବ ଭାରତର ଲୋକମାନଙ୍କୁ ଉଚ୍ଚମାନର ଚିକିତ୍ସା ସୁବିଧା ସୁଲଭ ମୂଲ୍ୟରେ ସୁନିଶ୍ଚିତ କରୁଛି।

ସମ୍ବନ୍ଧିତ ଖବର