ଆମ୍ରି ହସପିଟାଲ ପକ୍ଷରୁ ୱାକାଥନ

ବ୍ରହ୍ମପୁର:ବିଶ୍ବ ହୃଦୟ ଦିବସ ଅବସରରେ ଭୁବନେଶ୍ବରସ୍ଥିତ ଆମ୍ରି ହସପିଟାଲ ପକ୍ଷରୁ ଆଜି ବ୍ରହ୍ମପୁରରେ ଵାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗ˚ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଡା.ଶଙ୍କର୍ଷଣ ପାତ୍ର, ଡା.ସୁବାସ ଚନ୍ଦ୍ର ସାହୁ, ଡା.ସୁରକିଶୋର ମିଶ୍ର ଯୋଗ ଦେଇଥିଲେ। ଵାକାଥନ ସୁବରାଓ ଛକ, ଖଲ୍ଲିକୋଟ କଲେଜ ଦେଇ ଡାଇମଣ୍ତ ଜୁବୁଲି ଟାଉନହଲଠାରେ ସମାପନ ହୋଇଥିଲା। ସେଠାରେ ହୃଦରୋଗ ସ˚ପର୍କିତ ଏକ ଆଲୋଚନାଚକ୍ର ସହ ବରିଷ୍ଠ ନାଗରିକଙ୍କ ରକ୍ତଶର୍କରା, ହୃଦରୋଗ ପରୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମରେ ଆମ୍ରି ହସପିଟାଲର ଡା.ଲିଙ୍ଗରାଜ ନାଥ, ଏଭିପି ଦିଲ୍ଲୀପ କୁମାର ପାତ୍ର ଯୋଗ ଦେଇ ଆଶୁଚିକିତ୍ସା ସହ ପୂର୍ବ ଓ ପର ଚିକିତ୍ସା ସ˚ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର