ଦେଶର ଦ୍ୱିତୀୟ ସର୍ବାଧିକ ଷ୍ଟ୍ରୋକ୍‌ ଆକ୍ରାନ୍ତ ଓଡ଼ିଶାରେ

‘ଆମ୍ରିକନ୍‌ ନ୍ୟୁରୋ ଅପଡେଟ୍‌’ ୨୦୧୮

ଭୁବନେଶ୍ୱର: ଆମ୍ରି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ନ୍ୟୁରୋ ବିଜ୍ଞାନରେ ନିକଟରେ ହୋଇଥିବା ସଦ୍ୟତମ ଉନ୍ନତି ନେଇ ଜାତୀୟସ୍ତରୀୟ ସମ୍ମିଳନୀ ‘ଆମ୍ରିକନ୍‌ ନ୍ୟୁରୋ ଅପଡେଟ୍‌ ୨୦୧୮’ ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମବଙ୍ଗ ପରେ ଓଡ଼ିଶାର ଲୋକମାନେ ଷ୍ଟ୍ରୋକ୍‌ର ଅଧିକ ଶିକାର ହୋଇଥାନ୍ତି। ଆଜିର ସମୟରେ ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତନ ହୋଇଛି, ଯାହା ଅନେକ ଅଣସଂକ୍ରମିତ ରୋଗର କାରଣ। ନିୟମିତ ଭାବେ ମଧୁମେହ, ଉଚ୍ଚ ରକ୍ତଚାପର ଯାଞ୍ଚ ନ କରିବା ଯୋଗୁଁ ଷ୍ଟ୍ରୋକ୍‌ ଆଶଙ୍କା ଲୋକମାନଙ୍କ ମଧ୍ୟରେ ବୃଦ୍ଧି ପାଉଛି। ଏହି ସମ୍ମିଳନୀରେ ଏପିଲେପ୍‌ସି, ଷ୍ଟ୍ରୋକ୍‌, ଏଭିଏନ୍‌ରେ ସର୍ଜିକାଲ ଚିକିତ୍ସା, ସିୟୁ ଜଙ୍କସନ୍‌ ଚିକିତ୍ସା ଓ ପାର୍କିନସେନ୍‌ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

ଆମ୍ରି ହସ୍ପିଟାଲକୁ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିକିତ୍ସା ପାଇଁ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ସ୍ନାୟୁରୋଗୀ। ସ୍ନାୟୁରୋଗ ଚିକିତ୍ସା ଦିଗରେ ଆମ୍ରି ହସ୍ପିଟାଲରେ ୨୪ଘଣ୍ଟିଆ ବିଶେଷଜ୍ଞଙ୍କ ଚିକିତ୍ସା ଉପଲବ୍ଧ ହେଉଛି। ଏହାସହ ଜରୁରୀ ସେବା ପାଇଁ ହସ୍ପିଟାଲ ପକ୍ଷରୁ ପାଠ୍ୟକ୍ରମ ପ୍ରଦାନ କରାଯାଉଥିବା ହସ୍ପିଟାଲ କର୍ତୃପକ୍ଷ କହିଥିଲେ। ସମ୍ମିଳନୀରେ ନ୍ୟୁରୋସର୍ଜନ ଡା.ଆର୍‌.ଏନ୍‌ ଭଟ୍ଟାଚାର୍ଯ୍ୟ, ଡା. ଶିଶିର ଦାସ, ନ୍ୟୁରୋଲୋଜିଷ୍ଟ ଡା. ଜେ ରାୟ, ଡା.ମାଲକମ୍‌ ଜୟରାଜ ଓ ଡା. ଋଷିକେଶ କୁମାର ଏହି ସମ୍ମିଳନୀରେ ଯୋଗଦେଇ ନ୍ୟୁରୋ ବିଜ୍ଞାନରେ ହୋଇଥିବା ଉନ୍ନତି ଉପରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱରର ୟୁନିଟ୍‌ ମୁଖ୍ୟ ତଥା ଉପସଭାପତି ସିଏଲ୍‌ଏନ୍‌ ରେଡ୍ଡି, ଆମ୍ରିକନ୍‌ର ସଭାପତି ଡା. ଏନ୍‌ଡ଼ି ପାରହୀ, ଆୟୋଜକ ସଂପାଦକ ଅମିତ ଜୈସଓ୍ଵାଲ ଓ ନୀଳଞ୍ଜନା ମୁଖାର୍ଜୀ ସମ୍ମିଳନୀର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର