‘ଅମୃତାବର୍ଷମ୍‌-୬୪’ ସମାରୋହ

ଭୁବନେଶ୍ୱର: ସଦ୍‌ଗୁରୁ ମାତା ଶ୍ରୀ ଅମୃତାନନ୍ଦମୟୀ ଦେବୀଙ୍କ ୬୪ ତମ ଜନ୍ମବାର୍ଷିକୀ ଅବସରରେ ‘ମାତା ଅମୃତାନନ୍ଦମୟୀ ମଠ’ ପକ୍ଷରୁ ଆଜି ସ୍ଥାନୀୟ ଇଡ୍‌କଲ୍‌ ଅଡିଟୋରିଅମ୍‌ରେ ‘ଅମୃତାବର୍ଷମ୍‌-୬୪’ ପାଳିତ ହୋଇଯାଇଛି। ଏଥିରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାମକୃଷ୍ଣ ମିସନ୍‌, ଭୁବନେଶ୍ୱରର ସଂପାଦକ ସ୍ୱାମୀ ଆତ୍ମପ୍ରଭାନନ୍ଦ ମହାରାଜ ଓ ସ୍ୱାମୀ ବିଜୟମିତ୍ର ଚୈତନ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଓଡ଼ିଆ ଭଜନ ସିଡି ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ମଧୁଛନ୍ଦା ସ୍ୱାଗତ ଭାଷଣ ଦେଇଥିବା ବେଳେ ସତ୍ୟସ୍ୱରୂପ ବାଜପେୟୀ ବେଦମନ୍ତ୍ର ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅମୃତା ବିଦ୍ୟାଳୟମ୍‌ର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ମୌସୁମୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ‘ଶିବ ତାଣ୍ଡବ’ ବେଶ୍‌ ଆକର୍ଷଣୀୟ ଥିଲା।

ସମ୍ବନ୍ଧିତ ଖବର