ଅମୃତେଶ ଓତା ଜିତିଲେ ‘ମିଷ୍ଟର୍‌ ଫଟୋଜେନିକ୍‌’ ଟାଇଟଲ୍‌

ଭୁବନେଶ୍ୱର: ଟପ୍‌ ମଡେଲ୍‌ ଇଣ୍ଡିଆ ସିଜନ୍‌-୩ରେ ବାଲେଶ୍ୱରର ଅମୃତେଶ ଓତା ‘ମିଷ୍ଟର୍‌ ଫଟୋଜେନିକ୍‌’ ଟାଇଟଲ୍‌ ହାସଲ କରିଛନ୍ତି। ଗତ ୧୫ ତାରିଖ ଦିନ ନୂଆଦିଲ୍ଲୀଠାରେ ଆୟୋଜିତ ଏହି ସିଜିନ୍‌ର ଫାଇନାଲ୍‌ ରାଉଣ୍ଡ୍‌ରେ ସେ ଏହି ଟାଇଟଲ୍‌ ଜିତି ଆଗାମୀ ଦିନରେ ଫିଲିପାଇନ୍ସରେ ହେବାକୁ ଥିବା ‘ଆନ୍ତର୍ଜାତିକ ମିଷ୍ଟର୍‌ କଲ୍‌ଚର୍‌’ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ସାରା ଦେଶରୁ ଏହି ପ୍ରତିଯୋଗିତାରେ ୨୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହା ସହ ଗତ ବର୍ଷ ଏହି ପ୍ରତିଯୋଗିତାର ସିଜିନ୍‌-୨ରେ ସେ ମି.କଞ୍ଜୁଲିଟି ଟାଇଟଲ୍‌ ହାସଲ କରି ଆସନ୍ତା ମାର୍ଚ୍ଚରେ ଲଣ୍ଡନ୍‌ରେ ଅନୁଷ୍ଠିତ ଦେବାକୁ ଥିବା ‘ବିଶ୍ୱ ଫେସନ୍‌ ଓ୍ଵିକ୍‌’ରେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି। ବାଲେଶ୍ୱର ଅଙ୍ଗାରଗାଡ଼ିଆ ନିବାସୀ ଗିରିଜା ଭୂଷଣ ଓତା ଓ ସୁସ୍ମିତା ଓତାଙ୍କ ପୁଅ ଅମୃତେଶ ଭୁବନେଶ୍ୱର ଆଇଟିିଇଆର୍‌ର ମେକାନିକାଲ୍‌ ଇଂଜିନିୟିରିଂର ଶେଷ ବର୍ଷର ଛାତ୍ର ଅଟନ୍ତି।

ସମ୍ବନ୍ଧିତ ଖବର