ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ମନଲୋଭା ରଙ୍ଗୋଲି

ଭୁବନେଶ୍ୱର: ପୁରୁଣା ଭୁବନେଶ୍ବର ଅଞ୍ଚଳର କଲେଜ ଛାତ୍ରଛାତ୍ରୀମାନେ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ମନଲୋଭା ରଙ୍ଗୋଲି ତିଆରି କରିଛନ୍ତି। ଦୀପାବଳି ଉପଲକ୍ଷେ ଏହାକୁ ତିଆରି କରିଛନ୍ତି ଛାତ୍ରୀ ସ୍ୱାଗତିକା ପଟ୍ଟନାୟକ ଓ ତାଙ୍କ ସାଥୀମାନେ। ସେ କହିଛନ୍ତି ଯେ ଆଜି ଦିନ ୧ଟାରୁ ସେ ଓ ତାଙ୍କ ୪ ଜଣ ସାଙ୍ଗ ମିଶି ଏହି ରାଙ୍ଗୋଲି ତିଆରି ଆରମ୍ଭ କରି ସନ୍ଧ୍ୟା ୭ଟାରେ ଶେଷ କରିଥିଲେ। ଏଥିରେ ବିଭିନ୍ନ ରଙ୍ଗର ସମୁଦାୟ ୨ କିଲୋ ମୁରୁଜ ବ୍ୟବହାର କରାଯାଇଛି। ରଙ୍ଗୋଲିରେ ଭଗବାନ ଶିବଙ୍କ ସହ ତାଙ୍କ ତ୍ରିଶୁଳକୁ ସ୍ଥାନ ଦିଆଯାଇଛି। ରଙ୍ଗୋଲି ତିଆରି କରିବାରେ ସ୍ୱାଗତିକାଙ୍କୁ ସଦାଶିବ ବାରିକ, ବୈଶାଳୀ ସୁନ୍ଦରରାୟ, ଶୁଭକାନ୍ତ ମହାରଣା, ମନୋରଞ୍ଜନ ମଣ୍ଡଳ, ଶୁଭାଶିଷ ସାହୁ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର