ଭୁବନେଶ୍ବର: ଶ୍ରୀମନ୍ଦିରରେ ପ୍ରଚଳିତ ତଥା ବିଲୁପ୍ତ ହେବାକୁ ବସିଥିବା ମାହାରୀ ନୃତ୍ୟକୁ ନେଇ ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ବାଳଙ୍କ ଏକ ସୁନ୍ଦର ଚିତ୍ର ସିରିଜ୍ ଆଙ୍କିଛନ୍ତି। ଏ.ବି ପ୍ରିଣ୍ଟର୍ସ ଓ କମ୍ପ୍ୟୁଟେକ୍ ଦ୍ୱାରା ପ୍ରକାଶିତ ଏହି ସଚିତ୍ର କ୍ୟାଲେଣ୍ଡର୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୁଭ ଉନ୍ମୋଚନ କରିଛନ୍ତି।
ଏହି ଅବସରରେ ରାଜ୍ୟପାଳ ବିଲୁପ୍ତ ମାହାରୀ ନୃତ୍ୟଶିଳ୍ପୀ, ମହାପ୍ରଭୁଙ୍କ ଛବି ସହ ଚିତ୍ରଶିଳ୍ପୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଓଡ଼ିଶାର ଏମିତି ବିଲୁପ୍ତ ନୃତ୍ୟ ପରମ୍ପରାର ପୁନରୁଦ୍ଧାର ପାଇଁ ଏହି ଛବିଗୁଡ଼ିକ ସଚେତନତା ସୃଷ୍ଟି କରିବ ବୋଲି ସେ କହିଥିଲେ। ରାଜ ଭବନରେ ଏହି ଛବି ଅତିଥି ଭବନରେ ସଂରକ୍ଷଣ କରିବା ପାଇଁ ଶିଳ୍ପୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏ.ବି ପ୍ରିଣ୍ଟର୍ସ ଓ କମ୍ପ୍ୟୁଟେକ୍ର ସମ୍ପାଦକ ରାଜକିଶୋର ପାଣିଗ୍ରାହୀ, କବି ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।