ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଆନାକୋଣ୍ଡା। ଆସନ୍ତା ଡିସେମ୍ବର ମାସରୁ ୨୦୧୮ ଜାନୁଆରି ମାସ ମଧ୍ୟରେ ଚେନ୍ନାଇ ଚିଡ଼ିଆଖାନାରୁ ନନ୍ଦନକାନନକୁ ଏକ ହଳଦିଆ ଆନାକୋଣ୍ଡା ଆଣିବାକୁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ନନ୍ଦନକାନନ କର୍ତୃପକ୍ଷ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କୁ ଅନୁମତି ମାଗିଥିବା ଜଣାପଡ଼ିଛି। ନନ୍ଦନକାନନକୁ ଆସିବାକୁ ଥିବା ହଳିଦିଆ ଆନାକୋଣ୍ଡା ମୁଖ୍ୟତଃ ଦକ୍ଷିଣ ଆମେରିକାରେ ଦେଖାଯାଆନ୍ତି। ଏମାନଙ୍କର ଲମ୍ବ ୩.୩ରୁ ୪.୪ ମିଟର ମଧ୍ୟରେ। ସାଧାରଣ ଓଜନ ୨୫ରୁ ୩୫ କେଜି ମଧ୍ୟରେ ହେଉଥିବା ବେଳେ ସ୍ଥଳ ବିଶେଷରେ ୫୫ କେଜି ପର୍ଯ୍ୟନ୍ତ ହୋଇଥାନ୍ତି। ଯଦି ସବୁ କିଛି ଠିକ୍ ଠାକ୍ ଚାଲେ ନୂଆବର୍ଷରେ ନନ୍ଦନକାନନ କର୍ତୃପକ୍ଷ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବାରେ ସକ୍ଷମ ହେବେ। ଏଥିସହ ଆଗାମୀ ଡିସେମ୍ବରରେ ୨ଟି ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବ। ଆଗାମୀ ୨୭ ତାରିଖରେ ଚେନ୍ନାଇରୁ ଦୁଇଟି ନୀଳଗିରି ମାଙ୍କଡ଼ ମଧ୍ୟ ଆସିବ ବୋଲି ସୂଚନା ମିଳିଛି।
ନନ୍ଦନକାନନ ଆସିବ ଆନାକୋଣ୍ଡା!
/sambad/media/post_attachments/wp-content/uploads/2017/09/anaconda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)