‘ଅଞ୍ଜଳି’ର ତୃତୀୟ ଦିନ: ଗପକୁହା ମଜା, ନାଚର ଆସର, ସ୍କେଟିଂ ରୋମାଞ୍ଚ

ଭୁବନେଶ୍ୱର: ବର୍ଷାରେ ବିତିଛି ତୃତୀୟ ଦିନ। ତେବେ ଅଞ୍ଜଳିର ଶିଶୁ ମହୋତ୍ସବ ଫିକା ପଡ଼ିନି। ଆଞ୍ଜଳିକ ବିଜ୍ଞାନ ସଂଗ୍ରହାଳୟ ପରିସରରେ ଆୟୋଜିତ କର୍ମଶାଳା ସହ ପରିବେଶ ସମ୍ବନ୍ଧୀୟ କର୍ମଶାଳାରେ ପିଲାମାନେ ଭାଗ ନେଇଥିଲେ। ଭାରତୀୟ ବିଦ୍ୟାଭବନରେ ଗପ କୁହା ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଭଂଜ କଳାମଣ୍ଡପରେ ଆୟୋଜିତ ଚଳଚ୍ଚିତ୍ର ପ୍ରଦର୍ଶନୀ ବାଏସ୍କୋପ୍‌ରେ ସନ୍ତୋଷ କୁମାର ପଣ୍ଡାଙ୍କ ‘ଧନକ୍‌’ ପିଲାମାନେ ଉପଭୋଗ କରିବାର ସୁଯୋଗ ପାଇଥିଲେ।

ରେଡ୍‌କ୍ରସରେ୍‌ ପିଲାମାନଙ୍କର ରକ୍ତ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦିବ୍ୟାଙ୍ଗ ପିଲାମାନଙ୍କ ପାଇର୍ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସନ୍ଧ୍ୟାରେ ଆଧୁନିକ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ଜୟା ବିଶ୍ୱାସ, ଶାଶ୍ୱତ ଜୋଶୀ, ହରିହର ଦେଓ ବିଚାରକ ଭାବେ କୃତୀ ପ୍ରତିଯୋଗୀଙ୍କୁ ବାଛିଥିଲେ। ପାର୍ଥସାରଥୀଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ରୋଲର ସ୍କେଟିଂ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ସ୍କେଟିଂ ଥିଲା ଆଜିର ଅନ୍ୟତମ ଆକର୍ଷଣ।

ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜ୍‌ମାଦୀ, ବିଧାୟକ ଆକାଶ ଦାସନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତ ସୌମେନ୍ଦ୍ରମୋହନ ପଟ୍ଟନାୟକ, ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ,ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟନିର୍ବାହୀ ଡ.ସଂଗୀତା ଗୋସାଇଁ, ହୋଟେଲ୍‌ କ୍ରାଉନ୍‌ର ନିର୍ଦେଶକ ଦେବାଶିଷ ପଟ୍ଟନାୟକ, ପିଏନ୍‌ବିର ଡିଜିଏମ୍‌ ଜ୍ୟୋତିରଂଜନ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର