ଭୁବନେଶ୍ୱର : ଆନନ୍ଦ ମାର୍ଗ ଓଡ଼ିଶା ଶାଖା ପକ୍ଷରୁ ତିନିଦିନିଆ ଯୋଗ ଦିବସ ଓ ସମାଜ କଲ୍ୟାଣ ଶିବିର ସ୍ଥାନୀୟ ଜୟଦେବ ବିହାରସ୍ଥିତ ତିରୁପତି ତିରୁମାଲା କଲ୍ୟାଣ ମଣ୍ଡପଠାରେ ଉଦ୍ଯାପିତ ହୋଇଯାଇଛି। ଏଥିରେ ସମ୍ମାନିତ ଅତିଥି ଭାବେ ଆଚାର୍ଯ୍ୟ ପ୍ରିୟାକୃଷ୍ଣାନନ୍ଦ, ଗୁରୁ ଧ୍ୟାନାନନ୍ଦ, ଡ. କୁଳମଣି ନାୟକ ଓ ନଟବର ବେହେରା ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଯୋଗାସନ ପ୍ରତିଯୋଗିତାରେ ସଫଳ ହୋଇଥିବା ୯ଜଣ ପୁରୁଷ ଓ ମହିଳା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଗତ ଜୁନ୍ ୬ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଆଚାର୍ଯ୍ୟ ପ୍ରିୟାକ୍ରିଷ୍ଣାନନ୍ଦ ସଭାପତିତ୍ୱ କରିଥିଲେ। ଏଥିରେ ଯୋଗ ଦେଇଥିବା ୨୦୦ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଏକ ଆଧ୍ୟାତ୍ମିକ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ବିଶ୍ୱକଲ୍ୟାଣଭିତ୍ତିକ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ସଂଘର ସଂପାଦକ କୁଳମଣି ନାୟକ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/ananda.jpg)