ଭୁବନେଶ୍ୱର: ଓଡ଼ିଶା ସରକାର, ଟାଟା ଟ୍ରଷ୍ଟ ଓ ହେଲ୍ପ-ଏଜ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ପ୍ରଥମ ରାଜ୍ୟ ସମର୍ଥିତ ବରିଷ୍ଠ ନାଗରିକଙ୍କ ପାଇଁ ବିବିଧ କାର୍ଯ୍ୟକଳାପ ଭିତ୍ତିକ କେନ୍ଦ୍ର ‘ଆନନ୍ଦ’ ଆଇଆର୍ସି ଭିଲେଜ୍ଠାରେ ଉଦ୍ଘାଟିତ ହୋଇଛି। ଏହାକୁ ଉଦ୍ଘାଟନ କରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ‘ଆନନ୍ଦ’ ଜରିଆରେ ବରିଷ୍ଠ ନାଗରିକଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଓ ସେମାନଙ୍କୁ ବିବିଧ ଦକ୍ଷତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନ ଜରିଆରେ ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଆଣିବା ସହ ତାଙ୍କ ଜୀବନର ସବୁ ସ୍ୱପ୍ନ ସାକାର ହୋଇପାରିବ। ତା’ ସହିତ ସହିଦନଗର ବିଏମ୍ସି ମଲ୍ରେ ଆଉ ଏକ ‘ଆନନ୍ଦ’ କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି। ଆଜିର କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ସ୍ଥାନୀୟ କର୍ପୋରେଟର୍ ମାନସୀରାଣୀ ସୁନ୍ଦରାୟ, ବିଶିଷ୍ଟ ଲେଖିକା ସୁସ୍ମିତା ବାଗ୍ଚି, ଏସ୍ଏସ୍ଇପିଡିର ନିର୍ଦ୍ଦେଶକ ସୁଶାନ୍ତ ମହାପାତ୍ର, ଟାଟା ଟ୍ରଷ୍ଟ ଏଚ୍ଏସ୍ଡି ଶ୍ରୀନିବାସ ଓ ହେଲପଏଜ୍ ଇଣ୍ଡିଆର ମୁଖ୍ୟ ଇମ୍ତିଆଜ୍ ଅହମ୍ମଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ସୁବିଧା, କାଉନ୍ସେଲିଂ, ଶିକ୍ଷଣୀୟ ସୁବିଧା ଓ ମନୋରଂଜନ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ରହିଛି। ବରିଷ୍ଠ ନାଗରିକମାନେ ମାସକୁ ୫୦୦ ଟଙ୍କା ଓ ବର୍ଷକୁ ୫୫୦୦ ଟଙ୍କା ଦେଇ ଏଠାରେ ଯୋଗଦେଇ ପାରିବେ। ଏଥିରେ ହେଲ୍ପ୍ ଏଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ରଞ୍ଜୟ ଦାସ ଶେଷରେ ଧନ୍ୟବାଦ ଦେଇଥିଲେ।
‘ଆନନ୍ଦ’ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/09/m12-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)