ଆମେରିକାରେ ଅନନ୍ୟାଙ୍କ ଉପନ୍ୟାସ ପୁରସ୍କୃତ

ଭୁବନେଶ୍ୱର: କିଶୋରୀ ଔପନ୍ୟାସିକା ଅନନ୍ୟା ଧଳଙ୍କ ଇଂରାଜୀ ଉପନ୍ୟାସ ‘ଇନ୍‌ଫର୍‌ନୋ’ ଓ ‘ଦି ଫ୍ଲେମ୍‌ସ’ ଅନ୍ତର୍ଜାତୀୟ ପ୍ରକାଶନ ସଂସ୍ଥା ‘ଆମାଜନ୍‌’ ଦ୍ୱାରା ପ୍ରକାଶିତ ହୋଇଛି। ପୁରସ୍କାର ସ୍ୱରୂପ ତାଙ୍କୁ ଏକ ହଜାର ଡଲାର ଅର୍ଥରାଶି ପ୍ରଦାନ କରାଯାଇଛି। ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ ସେ ଦ୍ୱାଦଶ ଶ୍ରେଣୀରେ ପଢ଼ିଛନ୍ତି। ୨୦୧୮ ମସିହାରେ ୱାସିଂଟନ୍‌ ଡିସିରେ ଅନୁଷ୍ଠିତ ‘ଫ୍ୟୁଚର୍ସ ବିଜ୍‌ନେସ୍‌ ଲିଡରର୍ସ ଅଫ୍‌ ଆମେରିକା’ ପ୍ରତିଯୋଗିତାରେ ସେ ନିଜର ପାରଦର୍ଶିତା ଦେଖାଇଥିଲେ।

ଏକ ମହାଶକ୍ତି ସଂସ୍ପର୍ଶରେ ଆସିବା ପରେ ଗୋଟିଏ ଝିଅର ପାରିବାରିକ ଜୀବନ ଦୁର୍ବିସହ ହୋଇପଡ଼ିଛି। ସେଥିରୁ ମୁକ୍ତି ପାଇବା ପାଇଁ ଅନ୍ୟତ୍ର ଯାଇ ସେ ମଧ୍ୟ ସେହି ସମାନ ପରିସ୍ଥିତିର ସାମ୍ନା କରିଛି। ଏହାକୁ ‘ଇନ୍‌ଫର୍‌ନୋ’ ଉପନ୍ୟାସରେ ଅନନ୍ୟା ଖୁବ୍‌ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଶିଷ୍ଟ ଐତିହାସିକ ଓ ଶିକ୍ଷାବିତ୍‌ ଗୋରାଚାନ୍ଦ ପଟ୍ଟନାୟକଙ୍କର ସେ ନାତୁଣୀ।

ସମ୍ବନ୍ଧିତ ଖବର