ବିଆର ଲାଇଫ୍‌ କଳିଙ୍ଗ ହସ୍ପିଟାଲରେ ଖୋଲିଲା ଆଣ୍ତ୍ରୋଲୋଜି କେନ୍ଦ୍ର

ଚନ୍ଦ୍ରଶେଖରପୁର : ଏକ ଆକଳନରୁ ଜଣାପଡ଼ିଛି ଯେ, ୪୦ ବର୍ଷରୁ ଅଧିକ ବୟସର ପୁରୁଷମାନଙ୍କ ମଧ୍ୟରୁ ୨୦ରୁ ୪୦ ପ୍ରତିଶତ ଆଣ୍ତ୍ରୋଲୋଜି ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ବ୍ୟସ୍ତବହୁଳ ଦୁନିଆରେ ଚିନ୍ତା ଏବ˚ ଜୀବନଶୈଳୀରେ ଅନିୟମିତତା ପୁରୁଷଙ୍କ ମଧ୍ୟରେ ଯୌନ ସମ୍ବନ୍ଧୀୟ ସମସ୍ୟାର ମୁଖ୍ୟ କାରଣ ସାଜିଛି। ସଚେତନତା ଅଭାବ ଓ ସମାଜରେ ଏହିପରି ସମସ୍ୟାକୁ ନେଇ ଥିବା କଳଙ୍କ ପାଇଁ ଏହି ସବୁ ସମସ୍ୟାକୁ ବାରମ୍ବାର ଅଣଦେଖା କରାଯାଏ। ଯାହାକି ଭବିଷ୍ୟତରେ ଜଟିଳ ସମସ୍ୟା ସୃଷ୍ଟି କରେ। ପୁରୁଷମାନଙ୍କ ଯୌନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ବିଆର ଲାଇଫ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆଣ୍ତ୍ରୋଲୋଜି କେନ୍ଦ୍ରର ଶୁଭାରମ୍ଭ କରାଯାଇଛି।

ହସ୍ପିଟାଲ ପରିସରରେ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରି କହିଲେ ପିଲା ନ ହେବା ପାଇଁ କେବଳ ମହିଳାଙ୍କୁ ଦୋଷ ଦେବା ଠିକ୍‌ ନୁହେଁ। ଶହେ ପ୍ରତିଶତରୁ ୩୦ ପ୍ରତିଶତ ଘଟଣା ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ହୋଇଥାଏ। ପୁରୁଷଙ୍କ ସମସ୍ୟାର ସମାଧାନ ପାଇଁ କଳିଙ୍ଗ ହସ୍ପିଟାଲ ପ୍ରଥମ କରି ଆଣ୍ତ୍ରୋଲୋଜି ବିଭାଗ ଖୋଲିଛି।

ବିଆର ଲାଇଫ୍‌ କଳିଙ୍ଗ ହସ୍ପିଟାଲର ୟୁରୋଲୋଜିଷ୍ଟ ଡା. ବିଶ୍ବଜିତ୍‌ ନନ୍ଦ, ୟୁନିଟ୍‌ ମୁଖ୍ୟ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଡା. ଆଲୋକ ଲୋଧ ଯୋଗଦେଇ କହିଲେ କହିଲେ ପୁରୁଷମାନେ ଏଭଳି ଯୌନ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ଲାଜ କରନ୍ତି। ଯାହାକି ପରବର୍ତୀ ସମୟରେ ଅସୁବିଧା ସୃଷ୍ଟି କରେ। ତେଣୁ ପରିସ୍ଥିତିକୁ ସ୍ବୀକାର କରି ଠିକ୍‌ ସମୟରେ ଚିକିତ୍ସା କରି ନିଜ ଜୀବନକୁ ପୁଣିଥରେ ଆରମ୍ଭ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର