ଭୁବନେଶ୍ୱର: ୧୨ ଦଫା ଦାବି ନେଇ ଲୋୟର ପିଏମ୍ଜିରେ ଧାରଣାରେ ବସିଥିବା ଅଲ୍ ଓଡ଼ିଶା ଅଙ୍ଗନଓ୍ଵାଡି ଲେଡିଜ୍ ଓ୍ଵାର୍କର୍ସ ଆସୋସିଏସନର ଧାରଣା ଆଜି ୨୨ ଦିନରେ ପହଞ୍ଚିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ଅଙ୍ଗନଓ୍ଵାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନଓ୍ଵାଡ଼ି କର୍ମଚାରୀଙ୍କୁ ସରକାରୀ ମାନ୍ୟତା, ସୁପରଭାଇଜର ପଦବିକୁ କେବଳ ଅଙ୍ଗନଓ୍ଵାଡ଼ି କର୍ମୀଙ୍କ ପଦୋନ୍ନତି, ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମରୁ ଅଙ୍ଗନଓ୍ଵାଡ଼ି କର୍ମୀଙ୍କୁ ବାଦ୍, ତୁରନ୍ତ ଅଙ୍ଗନଓ୍ଵାଡ଼ି କେନ୍ଦ୍ରର ଗୃହ ନିର୍ମାଣ ଆଦି ସଙ୍ଗଠନର ପ୍ରମୁଖ ଦାବି ମଧ୍ୟରେ ରହିଛି। ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର କହିଛନ୍ତି ଯେ, ଅଙ୍ଗନଓ୍ଵାଡ଼ି କର୍ମୀଙ୍କ କାର୍ଯ୍ୟ ପାଇଁ ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଘଟିଛି। ଏହି ପରିପପ୍ରେକ୍ଷୀରେ ସରକାର ଆମମାନଙ୍କର ମୌଳିକ ଆବଶ୍ୟକତା ପୂରଣ ନକରିବା ପରିତାପର ବିଷୟ। ସରକାର ଆମ ଦାବି ତୁରନ୍ତ ପୂରଣ ନକଲେ, ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ।''
ଅଙ୍ଗନଓ୍ଵାଡ଼ି କର୍ମୀଙ୍କ ଧାରଣା ୨୨ଦିନରେ
/sambad/media/post_attachments/wp-content/uploads/2017/10/e4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)