ପୂର୍ବ ଭାରତ ସୁନ୍ଦର ସ୍ବାସ୍ଥ୍ୟ: ଅନିଲଙ୍କୁ ମୁକୁଟ

ଭୁବନେଶ୍ବର: ସ୍ଥାନୀୟ ଭଞ୍ଜ କଳାମଣ୍ଡପଠାରେ ଦଶମ ପୂର୍ବଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଅନିଲ ଗୋଚ୍ଛିକାର ‘ମିଷ୍ଟର୍‌ ଇଷ୍ଟର୍ଣ୍ଣ ଇଣ୍ଡିଆ’ ମୁକୁଟ ବିଜେତା ହୋଇଛନ୍ତି। ସେହିଭଳି ୫୫ କିଲୋଗ୍ରାମରେ କୁମାର ସିଦ୍ଧାର୍ଥ, ଆକବର ଅଲୀ, ଜିତେଶ କୁମାର ବାରିକ, ୬୦ କିଲୋରେ ଝାଣ୍ଟୁ ମାଝୀ, ଚନ୍ଦନ କୁମାର ନସାହୁ, ଦେବକାନ୍ତ ସାହୁ, ୬୫ କିଲୋରେ ବିନୟ କୁମାର ସାହୁ, ଚିକୁନ ମହାନ୍ତି,, ଅଜିସ୍ ମଜୁମଦାର, ୭୦ କିଲୋରେ ଜଗନ୍ନାଥ ଖୁଣ୍ଟିଆ, ଜିତେନ୍ଦ୍ର କୁମାର ରାୟ, ରଂଜନ ଦାସ, ୭୫ କିଲୋରେ ଅନିଲ ଗୋଚ୍ଛିକାର, ପ୍ରାଣକୃଷ୍ଣ ସାହୁ, ଶୁଭାୟନ ଦାସ, ୮୦ କିଲୋରେ ଭବାନୀ ଶଙ୍କର ପୃଷ୍ଟି, ସୌମ୍ୟରଂଜନ ସେଠୀ, ବିଶ୍ବଜିତ ପ୍ରତିହାରୀ, ୮୦ କିଲୋରୁ ଊର୍ଧ୍ବରେ ପ୍ରଦୀପ୍ତ ସାମନ୍ତ, ସମିରନ୍ ନନ୍ଦୀ, ସୁଜିତ କୁମାର ଜେନା ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଥିଲେ। ଉଦ୍‌ଯାପନୀ ଉତ୍ସବରେ ଜାତୀୟ ସଂଘର ସଭାପତି ତଥା ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ବିଜେତା ‌ପ୍ରେମଚାନ୍ଦ ଡୋଗ୍ରା, ମିଷ୍ଟର୍ ୟୁନିଭର୍ସ ତଥା ବିଶ୍ବ ଫିଜିକ୍‌ ଫିଟନେସ୍‌ ସଂଘ ସଚିବ ଚେତନ ପଠାରେ, ଭାରତ ସରକାରଙ୍କ ଶ୍ରମ ଆୟୁକ୍ତ ଉମେଶ ଚନ୍ଦ୍ର ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ। ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାପତି ପ୍ରସନ୍ନ କୁମାର ମହାସୁଆର, ସମ୍ପାଦକ କୁଲଦୀପ ରାଜ କର୍ମକାର, ରାଜ୍ୟ ସଂଘର ପୃଷ୍ଠପୋଷକ ମାନସ କୁମାର ମହାପାତ୍ର, ଓଡ଼ିଶା ସୁନ୍ଦରସ୍ବାସ୍ଥ୍ୟ ସଂଘ ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ଭୁବନେଶ୍ବର ଜିଲ୍ଲା ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାପତି କବିରାଜ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ବିନୋଦ ମହାରଣା, ଦିବାକର ପ୍ରହରାଜ, ବିବେକାନନ୍ଦ ବାରିକ, ଜିତେନ୍ଦ୍ର ଜେନା, ମେହନ୍ତ ମହାରଣା ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ଏହି ଅବସରରେ ରାଧାନାଥ ମହାପାତ୍ର, ବିକାଶ ଚନ୍ଦ୍ର ପଟ୍ଟନାୟକ, ସୁଶ୍ରୀ ସ୍ନେହଶ୍ରୀ ସାହୁଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର