ଭୁବନେଶ୍ୱର: ଓଡ଼ିଆ ସଂସ୍କୃତିରେ ପାଉଁଜି କେବଳ ଏକ ଅଳଙ୍କାର ନୁହେଁ, ବରଂ ପରମ୍ପରା ଓ ଆଧ୍ୟାତ୍ମିକତାର ପ୍ରତୀକ। ବିବାହିତ ବା ଅବିବାହିତ ନାରୀଙ୍କ ପାଇଁ ପାଉଁଜି ଶୁଭ ଓ ମାଙ୍ଗଳିକ ବୋଲି ବିବେଚନା କରାଯାଏ। ନବବଧୂ ଶାଶୁଘରକୁ ଆସିବା ସମୟରେ ପାଉଁଜି ପିନ୍ଧି ଆସନ୍ତି ଯାହା ତାଙ୍କୁ ଘରର ଲକ୍ଷ୍ମୀ ଭାବରେ ନୂଆ ପରିଚୟ ଓ ପରିବାର ପ୍ରତି ସମର୍ପଣକୁ ସୂଚିତ କରେ। ଏହାର ଝୁମୁର୍ ଝୁମୁର୍ ଶବ୍ଦ ଘରେ ସକରାତ୍ମକ ଶକ୍ତି ଭରିଦିଏ ବୋଲି ବିଶ୍ୱାସ କରାଯାଏ। ପାଉଁଜି ନାରୀ ପାଦର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରେ। ଏପରିକି ପାଉଁଜିକୁ ନେଇ ବହୁ ଗୀତ ମଧ୍ୟ ରଚନା ହୋଇଛି। ହେଲେ ବର୍ତ୍ତମାନ ପାଉଁଜି ପୁରୁଣା ଚଳଣିରେ ସାମିଲ୍‍ହେଲାଣି। ଆଙ୍କଲ୍‍ଲେନ୍ଥ୍‌ଜିନ୍ସ, ଲେଗିଙ୍ଗସ୍‌ପରେ ଏବେ ଫ୍ୟାସନରେ ଆଙ୍କଲେଟ୍‌ର ଚାହିଦା ବଢ଼ିବାରେ ଲାଗିଛି। ପାରମ୍ପରିକ ହେଉ ଅଥବା ଆଧୁନିକ ପ୍ରତ୍ୟେକ ପୋଷାକ ସହ ଏହା ମାନୁଥିବାରୁ ପୁଣି କେବଳ ଗୋଟିଏ ଗୋଡ଼ରେ ପିନ୍ଧି ହେଇ ପାରୁଥିବାରୁ ସମସ୍ତେ ଏହାକୁ କ୍ରୟ କରୁଛନ୍ତି। ମେଟାଲ୍‌ଅନୁସାରେ ଏଗୁଡ଼ିକର ମୂଲ୍ୟ ୮୦୦ରୁ ଆରମ୍ଭ ହେଉଥିବା ବେଳେ ରେଶମୀ ସୁତା ଆଦିରେ ତିଆରି ଆଙ୍କଲେଟ୍‌ଗୁଡ଼ିକ ଡିଜାଇନ ଅନୁସାରେ ୨୦୦ରୁ ଆରମ୍ଭ ହେଉଛି। ବର୍ତ୍ତମାନ ଚାହିଦାରେ ଥିବା ସେହିଭଳି କିଛି ଆଙ୍କଲେଟ୍‌କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।

Advertisment

ସ୍ୱତନ୍ତ୍ର ଉତ୍ସବରେ ଥିମ୍‍ଆଙ୍କଲେଟ୍‍ 

ବର୍ତ୍ତମାନ ବିବାହ, ବ୍ରତ ଅଥବା ଅନ୍ୟ କୌଣସି ଉତ୍ସବ ସବୁଥିରେ ‘ଥିମ୍’ ଅନୁସାରେ ପୋଷାକ, ଜୋତା ଓ ଜୁଏଲାରି ପିନ୍ଧିବାକୁ ଯୁବପିଢ଼ି ପସନ୍ଦ କରୁଛନ୍ତି। ଏହି କ୍ରମରେ ବର୍ତ୍ତମାନ ‘ଥିମ୍‍ଆଙ୍କଲେଟ୍‍’ର ଚାହିଦା ବଢ଼ିବାରେ ଲାଗିଛି। ଏହି ଡିଜାଇନ୍‌ରେ ଗୋଲଡେନ୍‌ କିମ୍ବା ସିଲ୍‍ଭର ମେଟାଲର ପତଳା ଚେନ୍‌ରେ ଲକେଟ୍‍ଷ୍ଟାଇଲ୍‌ରେ ଲଭ୍‍, ପ୍ରଜାପତି, ଏଭିଲ୍‌ଆଇ, ତାରା, ଏପରିକି ବର ଓ କନ୍ୟାଙ୍କ ନାମ ଆଦି ରହୁଛି। ପାଦକୁ ଏହା ଏକ ସ୍ୱତନ୍ତ୍ର ଲୁକ୍‌ପ୍ରଦାନ କରୁଛି। ଯୁବଗୋଷ୍ଠୀରେ ଏହି ଆଙ୍କଲେଟ୍‍ଏକ ଭଲ ଉପହାର ଭାବେ ବେଶ୍‍ପସନ୍ଦ କରାଯାଉଛି। 

ପାରମ୍ପରିକ ଓ ମଡର୍ଣ୍ଣର ସମିଶ୍ରଣ ‘ଲେୟାର ଆଙ୍କଲେଟ୍‌’

‘ଲେୟାର କଟ୍‌’ କେଶସଜ୍ଜା ପରି ଲେୟାର ଡିଜାଇନ୍‍ର ଅଳଙ୍କାର ବେଶ୍‍ଚାହିଦାରେ ରହିଛି। ଆଙ୍କଲେଟ୍‌ର ବି ଲେୟାର୍‌ଷ୍ଟାଇଲ୍‌ ସୁନ୍ଦର ଦେଖାଯାଏ। ଉଭୟ ପାରମ୍ପରିକ ଓ ପାଶ୍ଚାତ୍ୟ ପୋଷାକରେ ଏହା ଭଲ ମାନୁଛି। ପୋଷାକର ପ୍ରକାର ଅନୁସାରେ ଯୁବତୀମାନେ ଏହାକୁ ଗୋଟିଏ କିମ୍ବା ଦୁଇଟି ଗୋଡରେ ପିନ୍ଧୁଛନ୍ତି। ପତ୍ର, ତାରକା, ଛୋଟ ଚାବି ଡିଜାଇନ, କଳସ ଆଦିର ସମାହାର ଥିବା ଲେୟାର ଆଙ୍କଲେଟ୍‌ଆକର୍ଷଣର କେନ୍ଦ୍ର ପାଲଟିଛି। 

ସ୍ୱତନ୍ତ୍ରତା ଦେଉଛି ‘କଉଡ଼ି ଆଙ୍କଲେଟ୍’

କଳାଧଳା ମାଳିକୁ ନେଇ ତିଆରି ହୋଇଥିବା ଆଙ୍କଲେଟ୍‍ସହିତ କଉଡ଼ିରେ ଗୁନ୍ଥା ହୋଇଥିବା ଡିଜାଇନ୍‍ବି ଯୁବପିଢିଙ୍କର ପସନ୍ଦ ହେଉଛି। ବର୍ତ୍ତମାନ ଟ୍ରେଣ୍ଡିଂରେ ଥିବା ଟ୍ରାଇବାଲ୍‌ଫ୍ୟାସନ୍‌ରେ ଏହା ସାମିଲ ହୋଇଛି। କେତେକରେ କଉଡ଼ି ସହିତ ନୀଳ ଓ ନାଲି ଫୁଲର ଡିଜାଇନ ମଧ୍ୟ ରହୁଛି।