ଆରମ୍ଭ ହେଲା ଅଙ୍କୁର ପ୍ଲେ-ସ୍କୁଲର ସ୍ମାର୍ଟ କ୍ଲାସ

ଭୁବନେଶ୍ବର : ଆଧୁନିକୀକରଣକୁ ଦୃଷ୍ଟିରେ ରଖି ଶିଶୁମାନଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଅଙ୍କୁର ପ୍ଲେ ସ୍କୁଲରେ ଆଜି ‘ସ୍ମାର୍ଟ କ୍ଲାସ’ ଉନ୍ମୋଚିତ ହୋଇଛି। ଆଇଓବି ବ୍ୟାଙ୍କର ଜୋନାଲ୍‌ ମୁଖ୍ୟ ଶଙ୍କର ରାଓ ଏଥି‌ରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହାର ଉନ୍ମୋଚନ କରିଛନ୍ତି। ପୁସ୍ତକଗତ ବିଦ୍ୟା ସହ ଅଡିଓ-ଭିଜୁଆଲ୍‌ର ତାଳମେଳ ରଖି ପାଠକୁ ପିଲାମାନଙ୍କ ପାଇଁ ରୁଚିପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପକ୍ଷରୁ ଏଭଳି ପ୍ରୟାସ କରାଯାଇଥିବା ସ୍କୁଲର ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡା କହିଛନ୍ତି। ଏହି ଅବସରରେ ପ୍ଲେ-ସ୍କୁଲରେ ସଫଳତା ସହ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ‘ଗ୍ରାଜୁଏସନ୍‌ ସେରିମନି’ରେ ପୁରସ୍କୃତ କରାଯାଇଛି। ଶେଷରେ ଅବିର ଓ ହର୍ବାଲ ହୋଲି ଖେଳି କୁନି ପିଲାମାନେ ରଙ୍ଗର ପର୍ବ ହୋଲିକୁ ଖୁବ୍‌ ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର