୨୫ରୁ ଅଙ୍କୁର୍‌ର ‘ସମରମସ୍ତି’

ଭୁବନେଶ୍ବର: ‘ଅଙ୍କୁର ଫାଉଣ୍ଡେସନ୍‌’ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ‘ସମରମସ୍ତି’ ଏପ୍ରିଲ ୨୫ ତାରିଖରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ‘ଅଙ୍କୁର ପ୍ଲେ ସ୍କୁଲ’ ପରିସରରେ ଆୟୋଜିତ ହେବ। ଏଥିରେ ନୃତ୍ୟଠାରୁ ଆରମ୍ଭ କରି ଚିତ୍ର, ସଙ୍ଗୀତ, କୌତୁକିଆ ପୋଷାକ ଓ ବିଭିନ୍ନ ପ୍ରତିଯୋଗିତା କରାଯିବ। ବାହାରୁ ପ୍ରଶିକ୍ଷକମାନେ ଆସି କୁନି ପିଲାମାନଙ୍କୁ ହିପ୍‌-ଅପ୍‌, ସାଲ୍‌ସା ଓ ବଲିଉଡ୍‌ ଆଦି ନୃତ୍ୟ ଶିକ୍ଷା ଦେବେ। ଏଥିସହ ପିଲାମାନେ ସ୍କେଟିଂର ମଜା ନେଇପାରିବେ। ପ୍ରଥମଥର ପାଇଁ ଫାଉଣ୍ଡେସନ୍‌ ପକ୍ଷରୁ ପିଲାମାନଙ୍କୁ ଶିଖାଇବା ପାଇଁ ଚିଲ୍‌ଡ୍ରେନ୍‌ ଥିଏଟର୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ସକାଳ ସାଢ଼େ ୭ଟାରୁ ୧୦ଟା ଯାଏଁ ଅଢ଼େଇ ଘଣ୍ଟା ଲେଖାଏଁ ପିଲାମାନେ ଏଠାକୁ ଆସି ଧୁମ୍‌ ମସ୍ତି କରି ଗ୍ରୀଷ୍ମ ଅବକାଶକୁ ମନ ଭରି ଉପଭୋଗ କରିବେ। ୪ରୁ ୧୪ ବର୍ଷ ବୟସର ପିଲାମାନେ ଏଥିରେ ଯୋଗ ଦେଇପାରିବେ। ଆଗ୍ରହୀ ଅଭିଭାବକମାନେ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡାଙ୍କୁ ୯୮୬୧୧୯୧୯୬୯ ମୋବାଇଲ୍‌ ନମ୍ବରରେ ଯୋଗାଯୋଗ କରିବାକୁ ଫାଉଣ୍ଡେସନ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର